ଶ୍ରୀ ମନ୍ଦିର ରତ୍ନ ଭଣ୍ଡାର ଖୋଲାଯାଇଚି। ରତ୍ନ ଭଣ୍ଡାର ଭିତରେ ଥିବା ରତ୍ନ ଅଳଙ୍କାର କୁ ମଧ୍ୟ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ୍ କୁ ସ୍ଥାନାନ୍ତର କରାଯାଇଛି। ତେବେ ରତ୍ନ ଅଳଂକାର ଗଣତି ରେ ବିଳମ୍ବ କରାଯାଉଥିବାରୁ ଏହାକୁ ବିରୋଧ କରିଛି ଜଗନ୍ନାଥ୍ ସେନା। ଜଗନ୍ନାଥ୍ ସେନା ଦାବୀ କରିଛି ତୁରନ୍ତ ରାଜ୍ୟ ସରକାର ରତ୍ନ ଅଳଂକାର ଗଣତି କରି ସାର୍ବଜନୀନ କରନ୍ତୁ। ଆଉ ବିଳମ୍ବ ନ କରି ଭକ୍ତ ଙ୍କୁ ଅନ୍ଧାର ରେ ରଖାନଯାଉ। ଏହି ଦାବୀ ନେଇ ଏକ ଦାବୀ ପତ୍ର ମୁଖ୍ୟମନ୍ତ୍ରୀ ମୋହନ ମାଝି ଙ୍କୁ ୪ ଦଫା ସମ୍ବଳିତ ଏକ ଦାବୀ ପତ୍ର ଜଗନ୍ନାଥ୍ ସେନା ପକ୍ଷରୁ ଦିଆଯାଇଛି। ଜଗନ୍ନାଥ୍ ସେନା ର ଆବାହକ କହିଚନ୍ତି ଶ୍ରୀ ମନ୍ଦିର ରତ୍ନ ଭଣ୍ଡାର ଅଳଂକାର ଗଣତି ଦାୟିତ୍ବ ରାଜ୍ୟ ସରକାର ଙ୍କ ଦ୍ଵାରା ଗଠିତ କମିଟି କରିବ। ସେହିପରି ରତ୍ନ ଭଣ୍ଡାର ମରାମତି କେନ୍ଦ୍ର ସରକାରଙ୍କ ଏ ଏସ ଆଇ କରିବ। ଯେହେତୁ ରତ୍ନ ଅଳଂକାର ବାହାରେ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ୍ ରେ ଅଛି ଏହାର ଗଣତୀ କରାଯାଇପାରିବ। ଏ ନେଇ କୌଣସି ଅସୁବିଧା ନାହିଁ। ତେବେ ରତ୍ନ ଭଣ୍ଡାର ମରାମତି ପରେ ରତ୍ନ ଅଳଂକାର ଗଣତି କରାଯିବା ନିଷ୍ପତ୍ତି ଠିକ୍ ନୁହେଁ। ତେବେ ମହାପ୍ରଭୁ ଙ୍କ ରତ୍ନ ଅଳଂକାର ଗଣତି ରାଜ୍ୟ ସରକାର ଙ୍କ ଗଠିତ ଉଚ୍ଚ ସ୍ତରୀୟ କମିଟି କାହିଁକି ବିଳମ୍ବ କରୁଚି ସେ ନେଇ ଜଗନ୍ନାଥ୍ ସେନା ପ୍ରଶ୍ନ କରିଚି। ଜଗନ୍ନାଥ୍ ସେନା ଅଭିଯୋଗ କରିଚି ଯେ ରତ୍ନ ଭଣ୍ଡାରରୁ ରତ୍ନ ଅଳଙ୍କାର ଲୁଟ କରାଯାଇଛି। ଏଣୁ ରତ୍ନ ନ ଥିବାରୁ କମିଟି ଏହାର ଗଣତି କରିବାରେ ପଛ ଘୁଂଚା ଦଉଛି। ଯଦି ସବୁ ଠିକ୍ ଅଛି ତୁରନ୍ତ ରତ୍ନ ଅଳଂକାର ଗଣତି କରାଯାଇ ସାର୍ବଜନୀନ କରାଯାଉ। ତେବେ ତୁରନ୍ତ ରାଜ୍ୟ ସରକାର ରତ୍ନ ଭଣ୍ଡାର ରତ୍ନ ଅଳଂକାର ଲୁଟ ଘଟଣାର ତଦନ୍ତ ପାଇଁ ସିବିଆଇକୁ ଦାୟିତ୍ଵ ଦେବାକୁ ଜଗନ୍ନାଥ୍ ସେନା ଦାବୀ କରିଚି।