ଅନୁଗୁଳ; କାଣ୍ଡସର ଗାଁରେ ପରକୀୟା ସନେ୍ଦହରେ ରକ୍ତମୁଖା ସ୍ତ୍ରୀ । ବାରମ୍ବାର ସ୍ତ୍ରୀ ବିରୋଧ କରିବା ପରେ ସ୍ୱାମୀ ପରକୀୟା କାର୍ଯ୍ୟରେ ଲିପ୍ତ ରହୁଥିଲା । ଏହି ଘଟଣାକୁ ନେଇ ଗତକାଲି ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡ଼ା ଲାଗିଥିଲା । ମାତ୍ର ସ୍ତ୍ରୀ ରାଗି ଯାଇ ରକ୍ତ ମୁଖା ହୋଇ ଧାରୁଆ ଅସ୍ତ୍ରରେ ସ୍ୱାମୀର ଯୌନାଙ୍ଗ କାଟି ଦେଇଥିଲା । ଗୁରୁତର ଅବସ୍ଥାରେ ସ୍ୱାମୀ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ରିପୋର୍ଟ ଅନୁଯାୟୀ – ଗାଁର ପରମାନନ୍ଦ ମୁଦୁଲି ଓ ତାଙ୍କ ସ୍ତ୍ରୀ ସୁକାନ୍ତି ମଧ୍ୟରେ କିଛି ମାସ ହେବ ଝଗଡ଼ା ଲାଗି ରହୁଥିଲା ।
ସ୍ୱାମୀ ଜଣେ ଅଟୋ ଚାଳକ ହୋଇଥିବା ବେଳେ ବହୁ ସମୟ ନିଶା ସେବନ କରି ଘରକୁ ଫେରୁଥିଲେ । ମାତ୍ର ଗତକାଲି ନିଶା ସେବନ କରି ଶୋଇଥିବା ବେଳେ ସ୍ତ୍ରୀ ଏକ ଧାରୁଆ ଅସ୍ତ୍ରରେ ସ୍ୱାମୀଙ୍କ ଯୌନାଙ୍ଗକୁ କାଟି ଦେଇଥିଲା ।
ତେବେ ଗୁରୁତର ଅବସ୍ଥାରେ ଗାଁ ଲୋକ ପରମାନନ୍ଦଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରିଛନ୍ତି । ଏ ପରି ଘଟଣା ପରେ ସ୍ୱାମୀ ନାଲକୋନଗର ଥାନାରେ ସ୍ତ୍ରୀ ବିରୋଧରେ ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗ କରିବା ପରେ ପୋଲିସ ତଦନ୍ତକୁ ଜୋରଦାର କରିଛନ୍ତି ।