ଉତରପ୍ରଦେଶବାସୀଙ୍କ ପାଇଁ ଖୁସି ଖବର । ଦୀପାବଳି ଉପଲକ୍ଷେ ଉପହାର ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ରାଜ୍ୟର ଉପଭୋକ୍ତାଙ୍କୁ ମାଗଣାରେ ବର୍ଷକୁ ୨ଟି ଏଲପିଜି ସିଲିଣ୍ଡର ସରକାର ଯୋଗାଇ ଦେବା । ଆଉ ସିଲିଣ୍ଡର ମୂଲ୍ୟ ବାବଦ ଟଙ୍କାକୁ ସିଧାସଳଖ ଗ୍ରାହକଙ୍କ ଆକାଉଂଟକୁ ପଠାଦିଆଯିବ । ଲକ୍ଷନୌରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏଭଳି ନିଷ୍ପତି ନିଆଯାଇଛି । ଆଗକୁ ଆସୁଛି ୨୦୨୪ ସାଧାରଣ ନିର୍ବାଚନ ଏବେଠାରୁ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କଲେଣି ବିଭିନ୍ନ ଦଳ । ଏହି କ୍ରମରେ ବିଜେପି କରିଛି ବଡ ଘୋଷଣା । ସରକାର ଉପଭୋକ୍ତାଙ୍କୁ ବର୍ଷକୁ ୧୨ଟି ଏପିଜି ସିଲିଣ୍ଡର ସବସିଡି ସହ ଦେଉଛନ୍ତି । ନିକଟରେ ସବସିଡି ବାବଦକୁ ସାଧାରଣ ଗ୍ରାହକଙ୍କ ପାଇଁ ୨୦୦ ଟଙ୍କା ଏବଂ ଉଜ୍ୱଲା ଗ୍ରାହକଙ୍କ ପାଇଁ ୪୦୦ଟଙ୍କା ଅଧିକ ରିହାତି କେନ୍ଦ୍ର ସରକାର ଦେଇଥିଲେ । ଏବେ ଏଥିରୁ ୨ଟି ସିଲିଣ୍ଡର ମାଗଣାରେ ମିଳିଲେ ଗ୍ରାହକଙ୍କୁ ୧୦ଟି ସିଲିଣ୍ଡର ପଇସା ଦେବାକୁ ପଡିବ । ରାଜ୍ୟରେ ମୋଟ ୭୫ଲକ୍ଷ ଉଜ୍ୱଳା ଯୋଜନା ହିତାଧିକାରୀ ରହିଛନ୍ତି । ଏଥର ଦୀପାବଳିକୁ ପ୍ରଥମ ଥର ପାଇଁ ମାଗଣା ସିଲିଣ୍ଡରର ଅର୍ଥ ହିତାଧିକାରୀଙ୍କ ଆକାଉଂଟକୁ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ମାଧ୍ୟମରେ ପଠାଯିବ ।