ଯାଜପୁର,୨୩/୦୪/୨୪: ଯେଉଁ ଥାଳିରେ ଖାଇଲା, ସେଇ ଥାଳିରେ ଛେପ ପକେଇଲା | ଯେଉଁଠି ଦିନ ରାତି ମାଲିକର ଖାଇଥିଲା ଆଜି ସେହି ଘରୁ ହିଁ ଚୋରି କରି ନେଇ ଗଲେ ଲକ୍ଷେ ସତୁରି ହଜାର ଟଙ୍କା । ହଁ ଆଞା ସେମିତି ଏକ ଘଟଣା ଘଟିଛି ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ରାଜଗୋଲା ଗ୍ରାମ ରେ | ସବୁଦିନ ଭଳି କାଠ କାମ କରିବା ବାହାନା ରେ ଘରକୁ ଆସିଲା, ଖାଇଲା ପିଇଲା ଲାଟ୍ରିନ ଯିବା ବାହାନା ରେ ଘର ଭିତରୁ ଲକ୍ଷେ ସତୁରି ହଜାର ଲୁଟି ନେଇ ଫେରାର ହୋଇଗଲା, , ରାଜଗୋଲା ଗ୍ରାମ ର ଫର୍ନିଚର ବ୍ୟବସାୟୀ ଅଭିମନ୍ୟୁ ପ୍ରଧାନ ଙ୍କ ଘରକୁ ପ୍ରତ୍ୟକ ଦିନ ଭଳି ଅଭେଇପୁର ଗ୍ରାମ ର ବଦ୍ରି ନାଏକ ଲେବର କାର୍ୟ୍ୟ କରିବାକୁ ଆସିଥିବା ବେଳେ ଅଭିମନ୍ୟୁ ପ୍ରଧାନ ଙ୍କ ଘରେ ଖାଇବା ପିଇବା ପରେ ଲାଟ୍ରିନ ଯିବା ବାହାନାରେ ଅଭିମନ୍ୟୁଙ୍କ ସ୍ତ୍ରୀ ସରସ୍ବତୀ ପ୍ରଧାନ ଙ୍କ ଭ୍ୟାନୀଟି ବ୍ୟାଗ ରୁ ଲକ୍ଷେ ସତୁରି ହଜାର ଟଙ୍କା ଲୁଟି ନେଇଥିବା ସୁକିନ୍ଦା ଥାନା ରେ ଲିଖିତ ଅଭିଜୋଗ କରିଛନ୍ତି ଅଭିମନ୍ୟୁ ପ୍ରଧାନ ଙ୍କ ସ୍ତ୍ରୀ ସରସ୍ବତୀ ପ୍ରଧାନ, ଅଭିଯୋଗ କୁ ଭିକ୍ତି କରି ସୁକିନ୍ଦା ପୋଲିସ ଅଭିଯୁକ୍ତ ବଦ୍ରି ନାଏକ ଗିରଫ କରିବା ପାଇଁ ଅଧିକ ଅନୁସନ୍ଧାନ ଜାରି ରଖିଛି ।