ସୋରଡ଼ା ଅଂଚଳ ରେ ଯୁବ ବର୍ଗ ଙ୍କ ଏବେ ପସନ୍ଦ ର ବାଇକ ହେଉଛି ବୁଲେଟ I ସବୁ ବର୍ଗ ର ଯୁବକ ଏବେ ବୁଲେଟ ଚଳେଇବାକୁ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି I ବର୍ତ୍ତମାନ ଏକ ଲକ୍ଷ୍ୟ ତେସ୍ତୁରୀ ହଜାର ରୁ ଆରମ୍ଭ ହୋଇ ଦୁଇ ଲକ୍ଷ୍ୟ ରୁ ଉର୍ଦ୍ଧ୍ୱ ପର୍ଯ୍ୟନ୍ତ ବିଭିର୍ଣ୍ଣ କିସମର ରଙ୍ଗ ତଥା ବୈଷୟିକ କୌଶଳ ପୂର୍ଣ୍ଣ ବୁଲେଟ ବଜ଼ାର ରେ ଉପଲବ୍ଧ I 100 ବର୍ଷ ରୁ ଉର୍ଦ୍ଧ୍ୱ ହେବ ରୟଲ ଇନଫିଲଡ ବିଦେଶୀ କମ୍ପାନୀ ର ଏହି ବାଇକ ର ଚଳିତ 5 ବର୍ଷ ହେଲା ଏଠାରେ ଚାହିଦା ବଢିଛି I ଅଶୀ ମସିହାରେ ଏଠାରେ ଏଠାରେ ହାତ ଗଣତି ମାତ୍ର 3/4 ଟି ବୁଲେଟ ଥିଲା I ତାହା ମଧ୍ୟ ସେ ସମୟର ପ୍ରତିଷ୍ଠିତ ବ୍ୟକ୍ତି ମାନେ ବ୍ୟବହାର କରୁଥିଲେ I ଅଂଚଳ ର ସୁନାମ ଧନ୍ୟ ଡାକ୍ତର ପିତାମ୍ବର ଖାଡେଙ୍ଗା ନିଜ କ୍ଲିନିକ ରୁ ରୋଗୀ ସେବା ସାରି ଫୁରୁସତ ସମୟରେ ବଜ଼ାର କୁ କିମ୍ବା କୌଣସି କାର୍ଯ୍ୟରେ ଯାଉଥିଲେ I ସେତେବେଳ ଜନସାଧାରଣ ବୁଲେଟ ଶବ୍ଦ ଶୁଣି ଜାଣିଦେଉଥିଲେ ଯେ ଡାକ୍ତର ଖାଡେଙ୍ଗା ଆସୁଛନ୍ତି ବୋଲି I ଅନ୍ୟ ଜଣେ ଥିଲେ ଯନ୍ତ୍ରୀ ଚୌଧୁରୀ ଗଉଡ଼ ଯିଏକି ଯୁଆଡେ ଯାଉଥିଲେ ନିଜର ବୁଲେଟ ଧରି ଯାଉଥିଲେ I ତାଙ୍କରି ବୁଲେଟ ଟି ଯେଉଁଠି ଥିଲେ ମଧ୍ୟ ସମସ୍ତ ଜନତା ଦେଖୁ ଦେଖୁ କହୁଥିଲେ ଯନ୍ତ୍ରୀଙ୍କ ବୁଲେଟ I ସେ ସମୟ ରେ ବୁଲେଟ କୁ ଏକ ସ୍ୱତନ୍ତ୍ର ବର୍ଗ ବ୍ୟବହାର କରୁଥିଲେ I ବୁଲେଟ ରେ ଆସିବା ଯିବା ଏକ ସ୍ୱତନ୍ତ୍ର ପରିଚୟ ଥିବା ଜଣାପଡୁଥିଲା ସେତେବେଳେ ବୁଲେଟ ଚଲେଇବା ଏକ ସମ୍ଭ୍ରାନ୍ତ ମାନସିକତା ଥିଲା I ଏବେ ସମୟ ବଦଳିଛି ସମସ୍ତ ଙ୍କୁ ଉଗ୍ର ଆଧୁନିକ ମାନସିକତା ଗ୍ରାସ କରିଛି I ଜଣେ ଅନ୍ୟ ଠାରୁ ଅଲଗା ପରିଚୟ ଭାବେ ପରିଗଣିତ ହେବାକୁ ଚେଷ୍ଟା ଚାଲିଛି I ସେତେବେଳେ ଆବଶ୍ୟକତା ଭିତ୍ତି କରି ବ୍ୟବହାରିକ ବ୍ୟବସ୍ଥା ଥିଲା I ଏବେ ଅନ୍ୟ ର ବ୍ୟବହାର, ପରିଚାଳନା କୁ ଦେଖି ନିଜେ ମଧ୍ୟ ସେପରି ଅନୁକରଣ ପାଇଁ ଚେଷ୍ଠିତ I ଏବେ ଅଂଚଳ ରେ ଶହ ଶହ ବୁଲେଟ ସବୁ ବର୍ଗ ର ଲୋକଙ୍କ ପାଖରେ ଅଛି Iକ୍ରମାଗତ ଭାବେ ଅନବରତ ଭାବେ ବୁଲେଟ ଚଳେଇବାକୁ କିଏ ପସନ୍ଦ କରେନି I କେବଳ ଜନମାନସରେ ପ୍ରଦର୍ଶନୀ ମନୋଭାବ ମୁତାବକ ଏବେ ଅଧିକ ଖର୍ଚ୍ଚ ରେ ମଧ୍ୟ ବୁଲେଟ ଖଣ୍ଡିଏ କିଣିବାକୁ ସମସ୍ତେ ଆଗ୍ରହୀ I