ଅଷ୍ଟ୍ରେଲିଆର ଜଣେ ୨୧ ବର୍ଷୀୟ ଯୁବକ ୭ ମାସ ପରେ କୋମାରୁ ବାହାରକୁ ଆସିଥିଲେ। କିନ୍ତୁ କୋମାରୁ ବାହାରିବା ପରେ ତାଙ୍କୁ ତୁରନ୍ତ ପୋଲିସ ଗିରଫ କରିନେଇଥିଲା। କାରଣ ଯୁବକଙ୍କ ଉପରେ ନିଜ ବାନ୍ଧବୀଙ୍କୁ ହତ୍ୟା କରିବା ନେଇ ଅଭିଯୋଗ ରହିଥିଲା। ସେ ନିଜ ମଧ୍ୟ ହତ୍ୟା ଦିନ ୪ ମହଲା କୋଠାରୁ ପଡିଯାଇଥିଲେ । ଗତ ୭ ମାସ ଧରି ସେ କୋମାରେ ଥିବା ବେଳେ ତାଙ୍କର ଚିକିତ୍ସା ଚାଲିଥିଲାöଦକ୍ଷିଣ ସିଡନୀରେ ରହୁଥିବା ଏହି ବ୍ୟକ୍ତି ଗତ ବର୍ଷ ଜୁନରେ ନିଜ ଆପାର୍ଟମେଣ୍ଟର ବାଲକୋନୀରୁ ତଳକୁ ଖସି ପଡିଥିଲେ। ତାଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା । ସେ କୋମାକୁ ଚାଲିଯାଇଥିଲେ। ପୋଲିସ ତାପର ଦିନ ଆପାର୍ଟମେଣ୍ଟରେ ପହଁଚିବା ପରେ ସେଠାରେ ୧୯ ବର୍ଷୀୟା ଜଣେ ଯୁବତୀଙ୍କ ମୃତଦେହ ଦେଖିଥିଲା। ଯୁବକଜଣଙ୍କ ଯୁବତୀଙ୍କୁ ମାଡ ମାରି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା।ତେବେ ଯୁବକଜଣଙ୍କ ନିଜେ ତଳକୁ ଡେଇଁ ପଡିଥିଲେ କିମ୍ବା ଭୁଲରେ ପଡିଯାଇଥିଲେ ତାହା ସ୍ପଷ୍ଟ ହୋଇପାରି ନାହିଁ। ପୋଲିସ ଅଧିକାରୀଙ୍କ କହିବାନୁସାରେ, ଯୁବକଟି ବହୁତ ଭାଗ୍ୟଶାଳୀ ଅଟେ। କାରଣ ସେ ବଞ୍ଚିଛନ୍ତି। ତେବେ ମୃତ ଯୁବତୀଙ୍କ ଘରଲୋକେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲö। ନିଜ ଝିଅର ଅନ୍ତିମ ସଂସ୍କାର ପାଇଁ ମଧ୍ୟ କରୋନା କଟକଣା ଯୋଗୁଁ ସାମିଲ ହୋଇପାରି ନଥିଲେ।ସୂଚନାଯୋଗ୍ୟ, ଉଭୟ ଯୁବକ ଓ ଯୁବତୀ ଚୀନର ବାସିନ୍ଦା। ସେମାନେ ଷ୍ଟୁଡେଣ୍ଟ ଭିସାରେ ଅଷ୍ଟ୍ରେଲିଆ ଆସିଥିଲେ। ପୋଲିସ ଯୁବକଙ୍କୁ ଗିରଫ କରି ଜେଲ୍ ପଠାଇଦେଇଛି ।