ନୂଆଦିଲ୍ଲୀ,(ଏନଏନଏସ ଓଡ଼ିଆ /୧୭.୦୩): ରାଜସ୍ଥାନର ସାନ୍ଚେର ଅନ୍ତର୍ଗତ ଦତ୍ତା ଗ୍ରାମର ଜଣେ ୨୫ବର୍ଷୀୟ ଯୁବକଙ୍କ ପେଟରୁ ଡାକ୍ତର ଅପରେସନ କରି ୫୬ଟି ବ୍ଲେଡ ବାହାର କରିଛନ୍ତି। ମିଳିଥିବା ସୂଚନାନୁଯାୟୀ ଯୁବକଜଣକ ରକ୍ତ ବାନ୍ତି କରିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତରୀ ପରୀକ୍ଷାରୁ ତାଙ୍କ ପେଟରେ ଏକାଧିକ ବ୍ଲେଡ ଥିବା ଜଣାପଡ଼ିଥିଲା। ଡାକ୍ତର ତୁରନ୍ତ ଅପରେସନ କରି ପେଟରୁ ୫୬ଟି ବ୍ଲେଡ ବାହାର କରିଥିଲେ। ଯୁବକଙ୍କ କହିବା ଅନୁଯାୟୀ ସେ ପ୍ଲାଷ୍ଟିକ ଖୋଳରେ ଥିବା ବ୍ଲେଡକୁ ଗିଳି ଦେଇଥିଲେ। ପ୍ଲାଷ୍ଟିକ ଖୋଳରେ ବ୍ଲେଡ ଥିବାରୁ ତାକୁ ଗିଳିବାରେ କୌଣସି ଅସୁବିଧା ହୋଇନଥିଲା। ତେବେ ପେଟରେ ପ୍ଲାଷ୍ଟିକ ଖୋଳ ମିଳେଇ ଯିବା ପରେ ବ୍ଲେଡର ଧାରୁଆ ଅଂଶ ତାଙ୍କ ଶରୀରକୁ କ୍ଷତି ପହଞ୍ଚାଇଥିଲେ।