<h2>କେନ୍ଦ୍ରାପଡାରେ ଚାଞ୍ଚଲ୍ୟକର ଘଟଣା । ଯୁବକଙ୍କୁ ଛୁରୀରେ ଭୁଶି ବିଭତ୍ସ ହତ୍ୟା।ଥରେ କି ଦୁଇଥର ନୁହେଁ ୧୬ ଥର ଛୁରୀ ଭୁଶି ହତ୍ୟା କରାଯାଇଛି।ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ବଳରାମପୁର ପୁରରେ। ଛୁରୀ ମାଡରେ ମୃତ୍ୟୁବରଣ କରିଥିବା ଯୁବକ ଜଣଙ୍କ ହେଉଛନ୍ତି ସଦର ଥାନା ଅନ୍ତର୍ଗତ ସାରଙ୍ଗ ଗାଁର ଅକ୍ଷୟ ଖଟୁଆ। ଅକ୍ଷୟ ଜଣେ ଏସି ମେକାନିକ। ଗତକାଲି ଦିନ ପ୍ରାୟ ସାଢେ ୩ଟା ବେଳେ ଅକ୍ଷୟଏବଂ ତାଙ୍କ ବନ୍ଧୁ ବଳରାମ ମହାରଣା ମାର୍ଶାଘାଇରୁ ଏକ ଏସି ମରାମତି ସାରି ଫେରୁଥିବାବେଳେ ଟାଉନ୍ ବଲରାମପୁର ହନୁମାନ ମନ୍ଦିର ନିକଟରେ ଅଟକି ଏକ ପାନ ଦୋକାନରେ ପାନ କିଣୁଥିଲେ। ଏହି ସମୟରେ ହଠାତ୍ ଆଦିତ୍ୟ ପ୍ରସାଦ ବେହେରା ନାମକ ସ୍ଥାନୀୟ ଯୁବକ ସେଠାରେ ପହଞ୍ଚି ପ୍ରଥମେ ବଳରାମଙ୍କୁ ଏକ ଧାରୁଆ ଛୁରୀରେ ଆକ୍ରମଣ କରିଥିଲା। ବଳରାମ ଖସି ପଳାଇଥିଲେ। ପରେ ସେ ଅକ୍ଷୟଙ୍କୁ ଆକ୍ରମଣ କରି ତଳେ ପକାଇ ଦେଇଥିଲେ। ଅକ୍ଷୟ ତଳେ ପଡିଯିବା ପରେ ଆଦିତ୍ୟ ତାଙ୍କୁ ବାରମ୍ବାର ଛୁରୀ ଭୁଶି ଚାଲିଥିଲା। ପାଟିଗୋଳ ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଆଦିତ୍ୟକୁ କାବୁ କରି ନେଇଥିଲେ। ଗୁରୁତର ଅବସ୍ଥାରେ ଅକ୍ଷୟଙ୍କୁ ତୁରନ୍ତ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅଭିଯୁକ୍ତ ଆଦିତ୍ୟକୁ ପୋଲିସ ଅଟକ ରଖିଛି। ତେବେ ଆଦିତ୍ୟ ଜଣେ ମାନସିକ ବିକାରଗ୍ରସ୍ତ ଯୁବକ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ସେ ବାରମ୍ବାର ଏପରି ଘଟଣା ଘଟାଇଥିବା ଜଣାପଡିଛି। ଅଭିଯୁକ୍ତ ଆଦିତ୍ୟ ସମ୍ପର୍କରେ ପୂର୍ବରୁ ପୋଲିସ ନିକଟରେ ଅଭିଯୋଗ ହୋଇଥିବା ଲୋକେ କହିଛନ୍ତି। ତେବେ ହତ୍ୟାପରେ ଆଦିତ୍ୟକୁ ଗିରଫ କରି ପୋଲିସ ତଦନ୍ତ ଆରମ୍ଭ କରିଛି।</h2>