<h3>୨୦୨୪ ଲୋକଲଭା ନିର୍ବାଚନ ଏକ ରୋଚକ ମୋଡ ନେବାକୁ ଯାଉଛି । ବିଭିନ୍ନ ରାଜନୈକ ଦଳ ନିଜ ନିଜ ପ୍ରଚାର ପ୍ରସାରରେ ଲାଗି ସାରିଲେଣି । ତେବେ ବିଜେପି କେନ୍ଦ୍ରସରେ ତୃତୀୟ ଥର ସରକାରକୁ ଆସିବା ପାଇଁ ନିଜର ଜୋର ଦାର ପ୍ରୟାସ ଜାରି ରଖିଛନ୍ତି । ଯଦିଓ ବିଜେପି ଅବକି ବାର ୪୦୦ ପାର ନାରା ଦେଇ ନିର୍ବାଚନି ମୈଦାନକୁ ଓହ୍ଲାଇବାକୁ ଚେଷ୍ଟା ଜାରିରଖିଛି । ତେବେ ସ୍ଥିତିକୁ ଦେଖିଲେ ଲାଗୁଛି ବିରୋଧି ମାରିଲେଣି ଚିତପଟାଙ୍ଗ । ବିନା ନିର୍ବାଚନରେ ବିଜେପି ହାତେଇ ସାରିଲାଣି ଗୋଟିଏ ଲୋକସଭା ସିଟ୍ । ଆଉ ୩୯୯ ପାଇଁ ପ୍ରୟାସ ଜାରି ରଖିଥିବାବେଳେ ବିରୋଧିଙ୍କ ହେବି ଓ୍ବଟ୍ ନେତା କାଳେ ଯୁଦ୍ଧ ପୂର୍ବରୁ ଅସ୍ତ୍ର ଛାଡିଲା ଭଳି ମନେ ହେଉଛି । ହଁ ଆଜ୍ଞା ଏକଥା ଆମେ କହୁ ନାହୁଁ ରାଜନୈତିକ ସ୍ଥିତି ଦେଖିଲେ ଜାହା ମନେ ହେଉଛି । ମୈଦାନରେ ଥାଇ ମଧ୍ୟ ମୈଦାନରେ ନଥିଲା ଭଳି ମନେହେଉବା ହେବି ଓ୍ବେଟ୍ ନେତା ହେଉଛନ୍ତି, କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ଆର ଜେ ଡି ନେତା ଲାଲୁ ଯାଦବ, ଅଖିଳେସ ଯାଦବ, ,ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିବାଲ, ଝାଡଖଣ୍ଡ ପୂର୍ବ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, କଂଗ୍ରେସ ସାଧାରଣ ସମ୍ପାଦିକା ଏଆଇସିସି ପ୍ରିୟଙ୍କା ଗାନ୍ଧୀ ଭଦ୍ରା,ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ସରତ ପାଓ୍ବା, ଶିବସେନା ନେତା ଉଧବ ଠାକରେ, ଙ୍କ ସମେତ ଅନେକ ରାଜନୈତିକ ଦଳର ହେବିଓ୍ବେଟ୍ ନେତା ପଡିଛନ୍ତି ପଛରେ । କଂଗ୍ରେସତ ନେତ୍ରି ସୁପ୍ରିୟା ସିନେତ, ଶିବସେନା ସାଂସଦ ପ୍ରିୟଙ୍କା ଚତୁରବେଦୀ, ସିପିଆଇ ସୀତାରାମ ଏଚଡି, ପ୍ରକାଶ କଲ, ଏବେ ସମସ୍ତେ ନିରବ ଦ୍ରଷ୍ଟା । ଯଦିଓ ଅନ୍ୟ ନେତା ବା ବିଭିନ୍ନ ରାଜନୈତିକ ଦଳର ମୁଖପାତ୍ର ମାନେ ମୋଦୀଙ୍କ ୪୦୦ ପାର ନାରାକୁ ଅନେକ ପ୍ରକାରର ଦୃଷ୍ଟି ଭଙ୍ଗିରେ ଦେଖୁଛନ୍ତି । ତେବେ ଏଥରର ଲୋକସଭା ଆସନକୁ କିଏ ଏବଂ କେତେ ପରିମାଣରେ ହାତେଇ ପାରିବ ସେତ ନିର୍ବାଚନର ଫଳାଫଳ ଆସିଲେ ସ୍ପଷ୍ଟହେବ । ହେଲେ ଏବେ ନିର୍ବାଚନୀ ହାଓ୍ବା କହୁଛି ରାଜନୈତିକ ପାଲ୍ଲା କାଳେ ବିଜେପିର ଭାରି ରହିଛି ।</h3>