ଗତକାଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପୁରୀ ଗସ୍ତରେ ଆସି ରେଳ ଷ୍ଟେସନରେ ସମୀକ୍ଷା କରିଛନ୍ତି। ସ୍ବତନ୍ତ୍ର ଟ୍ରେନ ବା ଅନୁଧ୍ୟାନ କାରୀ ଟ୍ରେନ ଯୋଗେ ପ୍ରବଳ ବର୍ଷା ସତ୍ବେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପୁରୀ ଆସିଥିଲେ। ତେବେ ଜୁଲାଇ ୭ରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଥିବାରୁ ଯାତ୍ରୀଙ୍କ ପାଇଁ କରାଯାଉଥିବା ସମସ୍ତ ବ୍ୟବସ୍ଥାର ସମୀକ୍ଷା କରିଥିଲେ। ତେବେ ସମୀକ୍ଷା ପରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସାମ୍ବାଦିକ ସମ୍ମିଳନୀ କରି ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟା ଦେଇଥିଲେ। ପବିତ୍ର ରଥଯାତ୍ରା ପାଇଁ ରେ ବିଭାଗ ପକ୍ଷରୁ ବହୁତ ଭଲ ବ୍ୟବସ୍ଥା କରାଯାଉଛି। ଗତ ବର୍ଷ ରଥଯାତ୍ରାରେ ୧୨ ଲକ୍ଷ ପାସେଞ୍ଜର ପୁରୀ ଆସିଥିଲେ।
ଚଳିତ ବର୍ଷ ୫୦ ଲକ୍ଷ ଯାତ୍ରୀ ଆସିବା ନେଇ ଆକଳନ ରେଳ ବିଭାଗ ପକ୍ଷରୁ କରାଯାଉଛି। ପ୍ରବଳ ଭକ୍ତ ପୁରୀ ରଥଯାତ୍ରାରେ ସାମିଲ୍ ହେବାକୁ ଥିବାରୁ ପୁରୀକୁ ୩୧୫ ଟି ସ୍ପେଶାଲ ଟ୍ରେନ ଚାଲିବ। ରଥଯାତ୍ରା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ଦଶବର୍ଷ ତଳେ ରଥଯାତ୍ରାରେ ମାତ୍ର ୮୭ ଟି ଟ୍ରେନ୍ ଟ୍ରେନ୍ ଚାଲୁଥିଲା। ଚଳିତ ବର୍ଷ ୧୫ ହଜାର ଭକ୍ତଙ୍କ ପାଇଁ ଟଏଲେଟ୍, ପାନୀୟ ଜଳ ସହ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ମଧ୍ୟ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶ କ୍ରମେ ରେଳ ବିଭାଗ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଉଛି। ଚଳିତ ବର୍ଷ ରଥଯାତ୍ରାରେ ୨୫ ଟି ଜିଲ୍ଲା ରୁ ସ୍ପେଶାଲ ଟ୍ରେନ ଆସିବ। ଦଶପଲ୍ଲା ରୁ ମଧ୍ୟ ସ୍ପେଶାଲ ଟ୍ରେନ ଚାଲିବ। ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରଥଯାତ୍ରା ରେ ସାମିଲ୍ ହେବା ପାଇଁ ଆସୁଥିବାରୁ ଏହା ଆମ ପାଇଁ ଖୁସିର କଥା। ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ।