ରାସ୍ତା ସାରା ଖାଲି ରହିଛି ଖାଲ ଢିପ .,., ପାଦେ ପାଦେ ରେ ରହିଛି ପ୍ରାଣ ଯିବାର ଆଶଙ୍କା ଏହିସବୁ କାରଣ କୁ ନେଇ ଏକ ନିଆରା ପ୍ରତିବାଦ ଦେଖିବାକୁ ମିଳିଛି ।
ପ୍ରତିବାଦ ଏକ ମଜାଦାର ଅନ୍ଦାଜ ରେ କରାଯାଇଛି ଯାହାର ଭିଡିଓ ମଧ୍ୟ ସୋସିଆଲ ମିଡିଆ ରେ ଭାଇରାଲ ହେବାର ଲାଗିଛି । ପ୍ରତିବାଦରେ ପାଥହୋଲ ଅଲିମ୍ପିକ୍ସର ଆୟୋଜନ କରିଛନ୍ତି ଖୋଦ ଯମରାଜ ,.,., ତାଙ୍କ ସହ ଗୋଟେ ବହି ଧରି ଅଛନ୍ତି ଚିତ୍ରଗୁପ୍ତା ,., ଆଉ ଏହି ଅଲମ୍ପିକ୍ସରେ ଭାଗ ନେଇଛନ୍ତି ଭୂତପ୍ରେତ । ଏଭଳି କିଛି ନିଆରା ପ୍ରତିବାଦ ଦେଖିବାକୁ ମିଳିଛି କର୍ଣ୍ଣାଟକର ଉଡୁପିରେ।କର୍ଣ୍ଣାଟକ ଉଡୁପିରେ ବିପଦପୂର୍ଣ୍ଣ ଖାଲଖମା ରାସ୍ତାରେ ପ୍ରେତଙ୍କ ମଧ୍ୟରେ ଲଙ୍ଗ ଜମ୍ପ ପ୍ରତିଯୋଗିତା ଆୟୋଜନ କରିଛନ୍ତି ଯମରାଜ। ମୃତ୍ୟୁର ଦେବତା ଯମରାଜଙ୍କ ବେଶରେ ସଜେଇ ହୋଇ ସହରର ଖାଲଖମା ରାସ୍ତା ଉପରେ ନିଆରା ବିରୋଧ ପ୍ରଦର୍ଶନ କରାଯାଇଛି। ଜଣେ ବ୍ୟକ୍ତି ନିଜକୁ ଯମରାଜଙ୍କ ବେଶରେ ସଜ୍ଜିତ କରିଥିବା ବେଳେ ଆଉ ଜଣେ ଚିତ୍ରଗୁପ୍ତ ଓ ଅନ୍ୟଜଣେ ପ୍ରେତ ବେଶରେ ସଜ୍ଜିତ ହୋଇ ଖାଲ ଖମା ରାସ୍ତାରେ ଲଙ୍ଗ୍ ଜମ୍ପ ପ୍ରତିଯୋଗିତା କରିଛନ୍ତି। ଏହି ନିଆରା ପ୍ରତିବାଦର ଭିଜୁଆଲ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ଉଡୁପି ସହରରୁ ମାଲପେ ବିଚ୍କୁ ସଂଯୋଗ କରୁଥିବା ରାସ୍ତାରେ ଏହି ପ୍ରତିବାଦ କରାଯାଇଛି। ଲଙ୍ଗ୍ ଜମ୍ପରେ ଭାଗ ନେଇଥିବା ପ୍ରେତ ବେଶଧାରୀ ରାସ୍ତାର ଖାଲ ଉପରେ ଡିଆଁ ମାରୁଛି। ପ୍ରେତ କେତେ ଦୂରତା ଜମ୍ପ କରୁଛି ତାହାର ମାପ କରୁଛନ୍ତି ଯମରାଜ। ଏଥିରେ କାହାର ମୃତ୍ୟୁ ହେଉଛି ତାହା ଲେଖୁଛନ୍ତି ଚିତ୍ରଗୁପ୍ତ। ସ୍ଥାନୀୟ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାକୁ ଏଭଳି ନିଆରା ପ୍ରତିବାଦ କରାଯାଇଛି।