ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲା ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ୩ଟି ଟ୍ରେନ୍ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି, ୯୧ ବର୍ଷ ପରେ ବାଦାମପାହାଡ଼ ରେଳ ଷ୍ଟେସନ ରେ ପ୍ରଥମ ଏକ୍ସପ୍ରେସ୍ ସେବା ଆରମ୍ଭ ହୋଇଛି ।
ଶ୍ରୀ ମୁର୍ମୁ ବାଦାମପାହାଡ଼-ରାଉରକେଲା ଏକ୍ସପ୍ରେସ୍, ବାଦାମପାହାଡ଼-ଶାଲିମାର ଏକ୍ସପ୍ରେସ୍ ଏବଂ ବାଦାମପାହାଡ଼-ଟାଟାନଗର ମେମୁ ଟ୍ରେନ କୁ ବାଦାମପାହାଡ଼ ରେଳ ଷ୍ଟେସନରେ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଦକ୍ଷିଣ-ପୂର୍ବ ରେଳପଥ ଅଧୀନରେ ଥିବା ଏହି ରେଳ ଷ୍ଟେସନ ଦେଇ କେବଳ ଗୋଟିଏ ପାସେଞ୍ଜର ଟ୍ରେନ୍ ଯାଉଥିଲା।