ଆଜି ମ୍ୟାଟ୍ରିକ ପରୀକ୍ଷା । ଆଉ ସାରା ରାଜ୍ୟରେ ପରୀକ୍ଷା ଦେଉଛନ୍ତି ହଜାର ହଜାର ଛାତ୍ରଛାତ୍ରୀ । କିନ୍ତୁ ପରୀକ୍ଷାର ପ୍ରଥମ ଦିନରୁ ହିଁ ଘଟିଛି ଅଘଟଣ । ପରୀକ୍ଷା ଦେବାକୁ ଯିବା ବାଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି ପରୀକ୍ଷାର୍ଥୀଙ୍କ ଗାଡି । ଏହି ଦୁର୍ଘଟଣାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସାଇକେଲ ଆରୋହୀଙ୍କୁ ଧକ୍କା ଦେଇ ନାଳକୁ ଓଲଟି ପଡିଛି ବୋଲର । ଘଟଣା ମୁତାବକ, ରାଜନଗର ବ୍ଲକ ବାଘମାରି ପଂଚାୟତ ବାଘମାରି ବିବେକାନନ୍ଦ ହାଇସ୍କୁଲର ଛାତ୍ରଛାତ୍ରୀ ଡାଙ୍ଗମାଳ ନଗନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ପରୀକ୍ଷା ଦେବାକୁ ଯାଉଥିଲେ । ଏହି ସମୟରେ କୃଷ୍ଣନଗର ଠାରେ ଏକ ସାଇକେଲ ଆରୋୀଙ୍କୁ ଧକ୍କା ଦେବା ଫଳରେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି । ଏହାସହ ୧୨ଜଣ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରାଯାଇ ଡାଙ୍ଗମାଳ ମେଡିକାଲରେ ଭର୍ତି କରାଯାଇଛି । ଅନ୍ୟପଟେ ଘଟଣାସ୍ଥଳରେ ପୋଲିସ ପହଂଚି ଡ୍ରାଇଭରଙ୍କୁ ନିଜ ଆୟତକୁ ନେବା ସହିତ ତଦନ୍ତ ଜାରି ରଖିଛି ।