ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିଜେପିର ବରିଷ୍ଠ ନେତା ଦିଲ୍ଲୀପ ରାୟ ଭେଟିଛନ୍ତି ।ରାଉଲକେଲାର ବିଭିନ୍ନ ଦାବି ନେଇ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ଦିଲୀପ ରାୟ । ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସେ ଏହି ସୂଚନା ଦେଇଛନ୍ତି ଏଥି ସହିତ ସେ ତାଙ୍କର ଦାବି ପୂରା ହେବ ବୋଲି ଆଶା ପ୍ରକଟ କରିଛନ୍ତି ।
ରାଉରକେଲାରେ ନୂତନ ରେଳ ଡିଭିଜନ୍ ପ୍ରତିଷ୍ଠା ପାଇଁ କହିଛନ୍ତି ଦିଲ୍ଲୀପ ରାୟ । ପୂର୍ବତଟ ରେଳପଥ ଅଧୀନ ରାଉରକେଲା ଓ ଏହାର ଆଖପାଖ ଜିଲ୍ଲାଗୁଡ଼ିକରେ ରାଉରକେଲାରେ ଏକ ନୂତନ ରେଳ ଡିଭିଜନ୍ ପ୍ରତିଷ୍ଠା ହେଲେ ଭିତ୍ତିଭୂମି ଓ ଯାତ୍ରୀ ସେବା କ୍ଷେତ୍ରରେ ଏହି ଅଞ୍ଚଳ ଅବହେଳିତ ରହିଛି ।ଓଡ଼ିଶାର ଖଣିଜ କ୍ଷେତ୍ରପାଇଁ ଏକ ସ୍ୱତନ୍ତ୍ର ରେଳ ଡିଭିଜନ ଗଠନ, ଉନ୍ନତ ପ୍ରଶାସନ, ଉନ୍ନତ ଯୋଗାଯୋଗ ଏବଂ ସନ୍ତୁଳିତ ବିକାଶ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଦିଲ୍ଲୀପ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ସେଲ୍ ଅଧୀନ ରାଉରକେଲା ଇସ୍ପାତ କାରଖାନାର ସମ୍ପ୍ରସାରଣ କାମ ଜମି ଅଧିଗ୍ରହଣ ସମସ୍ୟା ଯୋଗୁଁ ଦୀର୍ଘ ଦିନରୁ ଅଟକି ରହିଛି । ଫଳରେ ୩୦ ହଜାର କୋଟି ଟଙ୍କାର ସମ୍ପ୍ରସାରଣ ଯୋଜନା ଅଟକି ରହିଛି । ଏହି ସମସ୍ୟାର ସମାଧାନର ଆବଶ୍ୟକତା ଉପରେ ଆଲୋଚନା କରିବା ସହ ଏହାକୁ ତ୍ୱରାନ୍ୱିତ କରିବାକୁ ଦିଲ୍ଲୀପ ମୋଦୀଙ୍କୁ ଅନୁରୋଧ କରିଛନ୍ତି ।
ରାଉରକେଲା ବିମାନବନ୍ଦରର ଉନ୍ନତିକରଣ ଓ ସମ୍ପ୍ରସାରଣ ପ୍ରତି ମଧ୍ୟ ମୋଦୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଦିଲ୍ଲୀପ । ଏକ ପ୍ରମୁଖ ଶିଳ୍ପ, ଶିକ୍ଷାଗତ ଓ କ୍ରୀଡ଼ା ସହର ହୋଇଥିଲେ ମଧ୍ୟ ରାଉରକେଲାରେ ଏବେ ବି ସମ୍ପୂର୍ଣ୍ଣ କାର୍ୟ୍ୟକ୍ଷମ ବିମାନବନ୍ଦର ନାହିଁ । ବିମାନ ବନ୍ଦରକୁ ୪ସି ବର୍ଗରେ ପରିଣତ କରିବା ଏବଂ ବିଶ୍ୱସନୀୟ ବିମାନ ସଂଯୋଗ ସୁନିଶ୍ଚିତ କରିବା ପାଇଁ ଅଧିକ ବିମାନ ଅପରେଟରଙ୍କୁ ଆଣିବାର ଆବଶ୍ୟକତା ଉପରେ ମଧ୍ୟ ଦିଲ୍ଲୀପ ଆଲୋକପାତ କରିଛନ୍ତି । ଶୀଘ୍ର ପ୍ରଧାନମନ୍ତ୍ରୀ ଏସବୁକୁ କାର୍ୟ୍ୟକ୍ଷମ କରିବେ ବୋଲି ଆଶା ପ୍ରକଟ କରିଛନ୍ତି ଦିଲ୍ଲୀପ ରାୟ ।