<h3>ମୋଦି ଏବଂ ରାହୁଲଙ୍କୁ ନୋଟିସ୍ । ବିଜେପି ଓ କଂଗ୍ରେସକୁ ନୋଟିସ୍ ଜାରି କଲେ ନିର୍ବାଚନ କମିଶନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ବିରୋଧରେ ଆସିଲା ନିର୍ବାଚନ ଉଲ୍ଲଂଘନ ଅଭିଯୋଗ । ଅଭିଯୋଗକୁ ନେଇ ଇସି ନୋଟିସ୍ ଜାରି କରିଛନ୍ତି । ଏଥିସହ ଉଭୟଙ୍କୁ ଏହାର ଜବାବ ମଧ୍ୟ ମାଗିଛନ୍ତି । ସୂଚନା ମୁତାବକ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ନିଜ ଭାଷଣ ଜରିଆରେ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଛି। ଏହକାକୁ ନେଇ ଏବେ ନିର୍ବାଚନ ଆୟୋଗ ବିଜେପି ଓ କଂଗ୍ରେସକୁ ନୋଟିସ ପଠାଇଛନ୍ତି। ଏପ୍ରିଲ ୨୯ ସକାଳ ୧୧ଟା ସୁଦ୍ଧା ଏହି ନୋଟିସ୍ର ଜବାବ ରଖିବାକୁ ଆୟୋଗ ଉଭୟ ପକ୍ଷଙ୍କୁ କହିଛନ୍ତି ।</h3>