ଭୁବନେଶ୍ୱର : ଭାରତରେ କାୟା ମେଲାଉଛି କରୋନା ଭାଇରସ । ଓଡିଶାରେ ମଧ୍ୟ ସ୍ଥିତି ଭୟଙ୍କର ହେବାରେ ଲାଗିଛି । ଆଇଆଇଟି କାନପୁରର ଷ୍ଟଡ଼ି କହୁଛି ଦେଶରେ ମେ ଦ୍ଵିତୀୟ ସପ୍ତାହ ବେଳକୁ କରୋନା ସଂକ୍ରମଣରେ ପିକ ଆସିପାରେ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି । ନିରଞ୍ଜନ ମିଶ୍ର କହିଛନ୍ତି ଯେ, ଆମ ରାଜ୍ୟରେ ଟେଷ୍ଟିଙ୍ଗ କମିନାହିଁ । ଆମେ ଆବଶ୍ୟକ ଲୋକଙ୍କର ଟେଷ୍ଟ କରାଉଛୁ । ଟାର୍ଗେଟଟେଡ଼ ସ୍ୟାମ୍ପଲିଂ କରାଉଛୁ । ରାଜ୍ୟରେ ଟେଷ୍ଟିଙ୍ଗ କିଟର ଅଭାବ ନାହିଁ । ଟେଷ୍ଟିଙ୍ଗର ଡିମାଣ୍ଡ ଏବେ ଅଧିକ ଅଛି । ସ୍ୱତ୍ୱପ୍ରତଃ ଭାବେ ଲୋକ ଅଧିକ ଟେଷ୍ଟ କରାଉଛନ୍ତି । ରେମେଡିସିଭର ରାମବାଣ ନୁହେଁ , ଏହି ମେଡ଼ିସିନ କେବଳ ସିରିୟସ ଲୋକଙ୍କୁ ଦିଆଯାଏ । କିନ୍ତୁ କିଛି ଲୋକ ରେମେଡିସିଭର କିଣି ଘରେ ରଖି ଦେଉଛନ୍ତି । ଯାହା କୁତ୍ରିମ ଅଭାବ ସୃଷ୍ଟି କରୁଛନ୍ତି । ଆମ ପାଖରେ ଆବଶ୍ୟକ ପରିମାଣର ମେଡ଼ିସିନ ମହଜୁଦ ଅଛି । ରାଜ୍ୟରେ ବେଡ଼ର ଅଭାବ ରହିବ ନାହିଁ । ଆଗକୁ 4ଟି ଲେଖାଏଁ ଜିଲ୍ଲାକୁ ନେଇ କ୍ଲଷ୍ଟର କରାଯାଉଛି । ସେଇ ଜିଲ୍ଲା ଭିତରେ ରୋଗୀଙ୍କୁ ବେଡ଼ ଯୋଗାଇ ଦିଆଯିବ । ଲୋକଙ୍କୁ ଅନୁରୋଧ ଅତି ଆବଶ୍ୟକ ନ ଥିଲେ,ଅଯଥାରେ ହସ୍ପିଟାଲରେ ବେଡ଼ ଓକୁପାଏ କରନ୍ତୁ ନାହିଁ । ଘରେ ରହି ଚିକିତ୍ସତ ହୁଅନ୍ତୁ ।