ମେ ୧୮ ତାରିଖରୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ ହେବ । ଯୁକ୍ତ ଦୁଇ କଳା, ବିଜ୍ଞାନ ଓ ବାଣିଜ୍ୟ ଏବଂ ଧନ୍ଦାମୂଳକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ୧୮ ତାରିଖରୁ ଆରମ୍ଭ ହେବାବେଳେ ଜୁନ୍ ୧୨ ତାରିଖରେ ପରୀକ୍ଷା ସରିବ । ପ୍ରଥମ ଦିନ ହେବ ଫିଜିକ୍ସ ପରୀକ୍ଷା । ଏ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ଅନ୍ୟପଟେ ମେ’ ୨୮ ତାରିଖରୁ ଯୁକ୍ତ ୨ ଧନ୍ଦାମୂଳକ ପରୀକ୍ଷା ଆରମ୍ଭ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଚଳିତବର୍ଷ ପ୍ରାୟ ୪ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଏଥର ଚଳିତ ବର୍ଷ ଯୁକ୍ତ ୨ ପ୍ରଶ୍ନପତ୍ରରେ ୫୦% ମଲଟିପୁଲ ଚଏସ ରହିବ ଫଳରେ ପିଲାମାନଙ୍କୁ ସୁବିଧା ମିଳିବ । ଯେଉଁଥିରେ ୧ ମାର୍କର ୫୦ଟି ପ୍ରଶ୍ନ ରହିବ। ଅପରପକ୍ଷରେ ୩୦% ପ୍ରଶ୍ନ ସଂକ୍ଷିପ୍ତ ଉତ୍ତରମୂଳକ ହେବ । ପ୍ରତ୍ୟେକ ପ୍ରଶ୍ନର ମାର୍କ ୨ କିମ୍ବା ୩ ଲେଖାଏଁ ରହିବ । ବାକି ୨୦% ଦୀର୍ଘ ଉତ୍ତରମୂଳକ ହେବ। ପୂର୍ବ ବର୍ଷ ପରି ଏଥର ମଧ୍ୟ ଛାତ୍ରଛାତ୍ରୀମାନେ ନିଜେ ପଢ଼ୁଥିବା କଲେଜରେ ପରୀକ୍ଷା ଦେବେ । ତେବେ ରାଜ୍ୟରେ କରୋନା ପ୍ରଭାବ ଧିରେ ଧିରେ କମିବା ସହ ଏବେ ଗ୍ରୀନ୍ ଜୋନରେ ରାଜ୍ୟ ପରିଣତ ହୋଇଛି। ସେଥିପାଇଁ ରାଜ୍ୟରେ ଅଧିକରୁ ଅଧିକ ସ୍କୁଲ କଲେଜ ଖୋଲିଲାଣି। ରାଜ୍ୟ ସରକାରଙ୍କର ବଳିଷ୍ଟ ଉଦ୍ୟମ ପାଇଁ ଏଭଳି ସମ୍ଭବ ହୋଇପାରିଛି।