ମୋଲ୍ଡୋ ବର୍ଡରରେ ଭାରତ ଓ ଚୀନ ମଧ୍ୟରେ ଦଶମ ପର୍ଯ୍ୟାୟ କଥାବାର୍ତ୍ତା ଜାରି ହେବ । ଦେପସାଙ୍ଗ ଓ ଗୋଗରା ହଟ ସ୍ପ୍ରିଙ୍ଗ ଉପରେ ଉଭୟ ଦେଶ ମଧ୍ୟରେ ଆଲୋଚନା କରାଯାଉଛି । ଏଲଏସି ନେଇ ଦୀର୍ଘ ୧୦ ମାସରୁ ଉର୍ଦ୍ଧ୍ୱ ସମୟ ପର୍ଯ୍ୟନ୍ତ ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ଦେଖାଯିବା ପରେ ପୋଙ୍ଗାଙ୍ଗ ହ୍ରଦର ଉଭୟ ଉତ୍ତର ଓ ଦକ୍ଷିଣ ପାଶ୍ୱର୍ରୁ ଦୁଇ ଦେଶର ସେନା ପଛକୁ ଫେରିଛନ୍ତି । ଏହି କ୍ରମରେ ଆଜି ଭାରତ ଓ ଚୀନ ମଧ୍ୟରେ ୧୦ମ କମାଣ୍ଡର ସ୍ତରୀୟ ଆଲୋଚନା । ପ୍ୟାଙ୍ଗଙ୍ଗ ହ୍ରଦରୁ ଉଭୟ ଦେଶର ସେନା ପଛକୁ ଫେରିବା ପରେ ଭାରତ ଓ ଚୀନର କମାଣ୍ଡରମାନେ ସ୍ଥିତି ଓ ଭବିଷ୍ୟତ ରୂପରେଖ ନେଇ ଆଲୋଚନା ହୋଇପାରେ । ନବମ ପର୍ଯ୍ୟାୟ ଆଲୋଚନା ବେଳେ ପ୍ୟାଙ୍ଗଙ୍ଗ ଅଂଚଳରୁ ସୈନ୍ୟ ପ୍ରତ୍ୟାହାର ପାଇଁ ଉଭୟ ଦେଶ ସହମତି ପ୍ରକାଶ କରିଥିଲେ। ତଦନୁଯାୟୀ ଫେବୃୟାରୀ ୧୦ରୁ ଉଭୟ ଦେଶ ସୈନ୍ୟ ପ୍ରତ୍ୟାହାର କରୁଛନ୍ତି । ପୂର୍ବରୁ ବିଭିନ୍ନ ସମୟରେ ଭାରତ ଓ ଚୀନ ମଧ୍ୟରେ କୁଟନୈତିକସ୍ତରରେ ଆଲୋଚନା ହୋଇଛି ।