ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚାରେ ପତିକ୍ରିୟା ରଖିଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ । ନେଟୱାର୍କ ୧୮ର କନକ୍ଲେଭରେ ସାମିଲ ହୋଇ ଉଭୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ରାଜନୀତିକୁ ଲୋକପ୍ରିୟ ରାଜନେତା ବୋଲି କହିଛନ୍ତି ପାଣ୍ଡିଆନ । ଖାଲି ସେତିକି ନୁହେଁ ରାଜନୀତି ଛଡ଼ା ଉଭୟଙ୍କ ମଧ୍ୟରେ ରହିଛି ଭଲ ସମ୍ପର୍କ । ମେଣ୍ଟ ବାବଦରେ ସେ କେବଳ କହିଛନ୍ତି ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଏକାଠି ହୋଇପାରନ୍ତି । ପୁଣି କିନ୍ତୁ ରଖି ପାଣ୍ଡିଆନ କହିଛନ୍ତି, ହେବ କି ନାହିଁ ସ୍ପଷ୍ଟ କରିନାହାନ୍ତି । ତେବେ ରାଜ୍ୟରେ ନବୀନ ପଟ୍ଟନାୟକ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ହେବେ ଏବଂ ନରେନ୍ଦ୍ର ମୋଦୀ ମଧ୍ୟ ପ୍ରଧାନମନ୍ତ୍ରୀ ହେବେ ବୋଲି କହି ଅଘୋଷିତ ମେଣ୍ଟର ଇସାରା ଦେଇଛନ୍ତି । ଖାଲି ସେତିକି ନୁହେଁ କଥାରେ ପ୍ୟାଚ ମାରି ପାଣ୍ଡିଆନ ପୁଣି କହିଛନ୍ତି । ରାଜ୍ୟରେ ବିଜେଡିକୁ ସରକାର ଗଢ଼ିବାକୁ ହେଲେ ବିଜେପିର ଆବଶ୍ୟକତା ନାହିଁ, କିମ୍ବା କେନ୍ଦ୍ରରେ ବିଜେପିକୁ ସରକାର ଗଢ଼ିବାକୁ ହେଲେ ବିଜେଡି ସାହାଯ୍ୟର ଆବଶ୍ୟକତା ପଡିବନି । ତେବେ ଉଭୟ ଦଳ ଏକା ଏକା ନିର୍ବାଚନ ଲଢ଼ି ଜିତିବାରେ ସକ୍ଷମ । ଖାଲି ସେତିକି ନୁହେଁ, ବିଜେଡିକୁ ବିଜେପିର ଆବଶ୍ୟକତା ନାହିଁ, ବିଜେପିକୁ ମଧ୍ୟ କେନ୍ଦ୍ରରେ ସରକାର ଗଢିବାକୁ ବିଜେଡିର ଆବଶ୍ୟକତା ନାହିଁ ।