ବିଜେପି ଓ ବିଜେଡି ମେଣ୍ଟ ଏବେ ଦୋଛକିରେ । ମେଣ୍ଟ ଆଲୋଚନା ହୋଇନି କୁ ତିନି ବିଜେପି ନେତାଙ୍କ ମୋହର । ରାଜନୀତିରେ ଗୁଜବ ଓ ମିଛ ସବୁଠାରୁ ଖରାପ ଜିନିଷ ବୋଲି ଏକ ଭିଡିଓରେ କହିଛନ୍ତି ନବୀନ । ଏଭଳି ପରିସ୍ଥିତିରେ ବିଜେପି ରାଜ୍ୟ ମୁଖିଆ , ସଂଗଠନ ସମ୍ପାଦକ ସହ ପ୍ରଭାରୀଙ୍କୁ ପୁଣି ଦିଲ୍ଲୀ ଡାକରା । ରବିବାର ଠାରୁ ଗଲେଣି ଦିଲ୍ଲୀ । ମେଣ୍ଟକୁ ନେଇ ବିଜେଡି ଓ ବିଜେପିର ତଳସ୍ତର ନେତା ଅସୁଖୀ ଥିବାବେଳେ ବିଧାୟକ ଆଶାୟୀ ଚିନ୍ତାରେ । ସମସ୍ତଙ୍କ ମୁହଁ ଚୁପ । ମେଣ୍ଟ କୁ ନେଇ ବିଜେପିର ଦିଲ୍ଲୀ ଓଡ଼ିଆ ନେତା ମାନଙ୍କ ସମର୍ଥନ ଥିବାବେଳେ ଓଡିଶା ବିଜେପି ଉଚ୍ଚ ନେତୃତ୍ୱ ଏକାକୀ ଲଢ଼ିବା ସମର୍ଥନରେ ।
ଏଭଳି ସ୍ଥିତିରେ ସମ୍ଭାବ୍ୟ ମେଣ୍ଟର ବେଣ୍ଟ ଦୋହଲି ଯାଉଛି। ଓଡ଼ିଶା ବିଜେପି ଏକାକୀ ଲଢ଼ିବା ଉପରେ ଭରସା କରି ପାରୁନାହିଁ କେନ୍ଦ୍ର ବିଜେପି ନେତୃତ୍ୱ। ମୋଦିଙ୍କ ୪୦୦ ସିଟ , ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ସାଙ୍ଗକୁ ନବୀନ ଶାସନକୁ ସୁରକ୍ଷିତ ପାଇଁ ଏହି ମେଣ୍ଟ ବୋଲି ଆଲୋଚନା ହେଉଛି । ନବୀନଙ୍କ ସମଦୁରତା ନୀତିରେ ବିଜେପିକୁ ମିଳୁଥିଲା ସମର୍ଥନ ଯାହା ପ୍ରମାଣିତ। ପୁଣି ମେଣ୍ଟ କାହିଁକି ବୋଲି ବି ଦଳୀୟ କର୍ମୀ ଓ ଖଟିରେ ଚର୍ଚ୍ଚା ଜାରି ରହିଛି । ମେଣ୍ଟକୁ ଦେଖେଇ ବୁଲେଇ ବଙ୍କେଇ ନବୀନ ପରୋକ୍ଷରେ କହିଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମେଣ୍ଟକୁ ନେଇ ଚୁପ ଏବେ ଚର୍ଚ୍ଚାର ବିଷୟ ହୋଇଛି ।