କେନ୍ଦୁଝର : କାର୍ଯ୍ୟରତ ଥିବା ମେଡିକାଲ କର୍ମଚାରୀଙ୍କ ଆତ୍ମହତ୍ୟା । ମୃତକ ହେଲେ ଡମ୍ବରୁଧର ଦେହୁରୀ ଏବଂ ତାଙ୍କ ଘର ମୟୁରଭଞ୍ଜ ଜିଲ୍ଲାରେ ବୋଲି ଜଣାପଡିଛି । ଘଟଣାସ୍ଥଳରେ କେନ୍ଦୁଝର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡମ୍ବରୁଧର କାର୍ଯ୍ୟରତ ଥିଲେ। ଗତ କିଛି ଦିନ ଧରି ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଲାଗିରହିଥିଲା । ଯାହାଫଳରେ ସେ ମାନସିକସ୍ତରରେ ଭୟଭୀତ ହୋଇପଡିଥିଲେ । ଶେଷରେ ଆଜି ସେ ନିଜର ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି ।