ରାଜଧାନୀ ଦିଲ୍ଲୀରେ ଜଳ ସଙ୍କଟ ସୃଷ୍ଟି ହୋଇଥିବାରୁ ହରିଆଣା ସରକାରଙ୍କ ବିରୋଧରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆମରଣ ଅନଶନ କରି ଏବେ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି ଦିଲ୍ଲୀ ମନ୍ତ୍ରୀ ଆତିଶୀ ମାର୍ଲେନା ଟ୍ଟ ଲଗାଦାର ୫ମ ଦିନରେ ଅନଶନରେ ବସିବା ପାରେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଶେଷରେ ଆଜି ଭୋରରୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ହରିୟାଣା ସରକାର ଦିଲ୍ଲୀ ଭାଗ ପାଣି ଛାଡ଼ିବା ଦାବିରେ ଆମରଣ ଅନଶନ କରିଥିଲେ । ଡାକ୍ତରଙ୍କ ପରାମର୍ଶ ସତ୍ତ୍ୱେ ସେ ହସ୍ପିଟାଲରେ ଆଡମିଟ ହେଉ ନ ଥିଲେ। । ସ୍ୱାସ୍ଥ୍ୟ ଅବନତି ହେତୁ ଅତିଶୀଙ୍କୁ ମଙ୍ଗଳବାର ସକାଳେ ଲୋକ ନାୟକ ଜୟ ପ୍ରକାଶ (ଏଲ୍ଏନ୍ଜେପି) ଡାକ୍ତରଖାନାକୁ ନିଆଯାଇଥିଲା।
ମଙ୍ଗଳବାର ପଞ୍ଚମ ଦିନରେ ପ୍ରବେଶ କରିଥିବା ହରିୟାଣା ଦିଲ୍ଲୀର ଜଳ ଅଂଶ ଛାଡିବାକୁ ଦାବି କରି ଅତିଶୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନ କରିଥିଲେ। ସୋମବାର ଦିନ ଏଲ୍ଏନ୍ଜେପି ହସ୍ପିଟାଲର ଡାକ୍ତରମାନେ ଅତିଶୀଙ୍କୁ ଯାଞ୍ଚ କରିଥିଲେ ଏବଂ ଅନିର୍ଦ୍ଦିଷ୍ଟ କାଳ ପର୍ୟ୍ୟନ୍ତ ଅନଶନ ହେତୁ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇଛି। ଯେଉଁଥିପାଇଁ ତାଙ୍କୁ ହସ୍ପିଟାଲ୍ରେ ଆଡମିଶନ କରିବାକୁ ପରାମର୍ଶ ଦେଇଥିଲେ। ଅତିଶୀ କିନ୍ତୁ ଅନିର୍ଦ୍ଦିଷ୍ଟ କାଳ ପର୍ୟ୍ୟନ୍ତ ଅନଶନ ଜାରି ରଖିବାକୁ ଦୃଢ଼ ପ୍ରତିଜ୍ଞାବଦ୍ଧ ଥିଲେ।
ସେ କହିଥିଲେ, “ମୋ ରକ୍ତ ଚାପ ଓ ସର୍କାର ସ୍ତର କମିବାରେ ଲାଗିଛି। ମୋ ଓଜନ ମଧ୍ୟ ହ୍ରାସ ପାଇଲାଣି। କେଟୋନ ସ୍ତର ମଧ୍ୟ ଅତ୍ୟଧିକ ଅଧିକ ହୋଇଗଲାଣି, ଯାହା ପରବର୍ତ୍ତୀ ସମୟରେ କ୍ଷତିକାରକ ସାବ୍ୟସ୍ତ ହେବ। ଶରୀର ଯେତେ କଷ୍ଟ ପାଇଲେ ମଧ୍ୟ କିଛି ଫରକ ପଡ଼ିବ ନାହିଁ। ହରିୟାଣା ପାଣି ରିଲିଜ ନ କରିବା ଯାଏ ମୁଁ ମୋର ଆନ୍ଦୋଳନ ଜାରି ରଖିବି ବୋଲି କହିଥିଲେ ଆତିଶୀ। ମାତ୍ର ଆଜି ଭୋରରୁ ସ୍ୱାସ୍ଥ୍ୟାବସ୍ଥା ବହୁତ ବିଗିଡ଼ିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ବର୍ତ୍ତମାନ ଦିଲ୍ଲୀରେ ଜଳସଙ୍କଟ ଦେଖା ଯାଇଥିବା ବେଳେ ହରିୟାଣର ବିଜେପି ସରକାର ୪୬ କୋଟି ଲିଟର ଜଳ ଛାଡ଼ୁ ନାହାନ୍ତି। ଏଥିଯୋଗୁ ଦିଲ୍ଲୀର ୨୮ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ଆତିଶୀ ଅଭିଯୋଗ କରିଛନ୍ତି। ଏହା ବିରୋଧରେ ଆତିଶୀ ଜଙ୍ଗପୁରାରେ ଆମରଣ ଅନଶନ ଆରମ୍ଭ କରିଛନ୍ତି। ହରିୟାଣା ସରକାର ଦିଲ୍ଲୀ ଭାଗ ଜଳ ନ ଛାଡ଼ିବା ପର୍ୟ୍ୟନ୍ତ ସେ ଆନ୍ଦୋଳନ ଜାରି ରଖିବେ ବୋଲି ନିଜ ଜିଦ୍ରେ ଅଟଳ ଥିଲେ।