ବାଲେଶ୍ବର: ବାଲେଶ୍ବର ମୁଖ୍ୟଚିକିତ୍ସାଳୟର ପ୍ରସୂତି ବିଭାଗରେ ନବଜାତ ଶିଶୁପୁତ୍ର ଚୋରି , ୭ଦିନର ଶିଶୁ ପୁତ୍ର ଚୋରି ହୋଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ। ବାଲିଆପାଳ ଆଠବାଟିଆ ଅଞ୍ଚଳର ଶୁସାନ୍ତ ବାରିକ ପତ୍ନୀ ଜିଲ୍ଲା ମେଡିକାଲରେ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ଜଣ୍ଡିସ୍ ଚିକିତ୍ସା ଚାଲିଥିବା ବେଳେ ପ୍ରସୂତି ବିଭାଗର ବେଡ୍ ରୁ ନବ ଜାତ ଶିଶୁ ପୁତ୍ର କୁ କେହି ଚୋରି କରିନେଇଯାଇଛି। ମେଡିକାଲ ମୁଖ୍ୟ ଚିକିତ୍ସାଳୟରେ ସଦର ଏସଡିପିଓ ଗାୟତ୍ରୀ ନାୟକ ପହଁଚି ତଦନ୍ତ କରୁଥିବା ବେଳେ ନବଜାତ ଶିଶୁ ପୁତ୍ରର କୌଣସି ସନ୍ଧାନ ମିଳିପାରି ନାହିଁ।