ଭୁତାଣୁ ଭୟରେ ରାଜ୍ୟରେ ଜାରି ରହିଛି ଲକ୍ ଡାଉନ୍ ଭାଇରସ୍ ସହିତ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଙ୍କ ନିର୍ଦ୍ଦେଶ କ୍ରମେ ଘର ଭିତରେ ରହିଛନ୍ତି ଲୋକେ ହେଲେ ବାସହୀନ, ବେସାହାରା ଭିନ୍ନକ୍ଷମ, ଅସହାୟ ଲୋକଙ୍କ ପାଇଁ ଆଗେଇ ଆସିଛନ୍ତି ଜଗତସିଂହପୁର ଜିଲ୍ଲା ତିର୍ତୋଲ୍ ବ୍ଲକ ମୂଳିସିଂହ ପଞ୍ଚାୟତ ର ଶ୍ରୀକାନ୍ତ ବେହେରା। ସ୍ବେଚ୍ଛାସେବୀଙ୍କ ମିଳିତ ଉଦ୍ୟମରେ ୧୫ ଟି ୱାଡ ରେ ଥିବା ଗରିବ ଅସହାୟ -ରୋଗୀ-ଭିନ୍ନକ୍ଷମ-ବେସାହାରା ଓ ଦୃର୍ଦ୍ଦିନରେ ରହୁଥିବା ଲୋକମାନଙ୍କୁ କୋଭିଡ୍ ଗାଇଡ୍ ଲାଇନ୍ ଅନୁଯାୟୀ ସେମାନଙ୍କୁ ମାସ୍କ ,ସାନିଟାଇଜର,କିଛି ରାସନ ସାମଗ୍ରୀ, ,ଚାଉଳ, ଡାଲି, ତେଲ ପନିପରିବା ପ୍ୟାକେଟ୍ ଯୋଗାଇ ଦେଇଛନ୍ତି।ପୂର୍ବରୁ ଚିହ୍ନଟ କରାଯାଇ ଥିବା ୭୦ରୁ ୮୦ ଜଣ ଅସହାୟ ମାନଙ୍କ ମୁହଁ ରେ ହସଫୁଟାଇବା ସହିତ ସାଧାରଣରେ ଉଚ୍ଚପ୍ରଶଂସା ର ଅଧିକାରୀ ହୋଇଛନ୍ତି। ଏହି କାର୍ଯ୍ୟକ୍ରମକୁ ପ୍ରତି ୱାଡରୁ ୫ ଜଣ ଲେଖାଏଁ ସ୍ୱେଚ୍ଛସେବୀ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ କର୍ମକର୍ତ୍ତା ଦୀପକ୍ ଦାସ୍, ସୁନିଲ୍ ବେହେରା,ସୁବାସ୍ ବାରିକ୍, ଦେବ ବ୍ରତ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।