ଗ୍ରାମାଞ୍ଚଳ ରେ ରାସ୍ତା ଘାଟ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଳକ ମୁଣ୍ଡା ପଲା ଗାଁ ର ବାଉଁଶ ପୋଲ ବିଜେଡ଼ି ଶାସନ ର ପୋଲ ଖୋଲି ଦେଇଛି । ସିର୍ଲିଗୁଡ଼ା ରୁ ମୁଣ୍ଡା ପଲା କୁ ପିଚୁ ରାସ୍ତା ଅଧା ବାଟରେ ଅଟକିଛି ରାସ୍ତା ପାଇଁ ଗ୍ରାମବାସୀ ବାରମ୍ବାର ସରକାର ଓ ଜିଲ୍ଲା ପ୍ରଶାସନ ତଥା ବ୍ଳକ ପ୍ରଶାସନର ଦ୍ୱାରସ୍ଥ ହୋଇ ବିଫଳ ହେବା ପରେ ଗାଁ ଲୋକଙ୍କ ପରିଶ୍ରମରେ ବାଉଁଶ ପୋଲ ତିଆରି କରି ଯା ଆସ କରୁଛନ୍ତି । ଏ ହେଉଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ ତଥା ଭବାନୀପାଟଣା ସଦର ମହକୁମା ଠାରୁ ମାତ୍ର ୬ କିଲୋମିଟର ଦୂରରେ ରହିଛି ରିଶି ଗାଁ ପଞ୍ଚାୟତ । ଏହି ପଞ୍ଚାୟତ ଅନ୍ତର୍ଗତ ମୁଣ୍ଡାପଲା ରୁ ଶିର୍ଲିଗୁଡା ମୂଖ୍ୟ ରାସ୍ତା ଅବସ୍ଥା ବର୍ଷା ଦିନେ ଶୋଚନୀୟ ହୋଇ ପଡୁଛି । ମାଟି କାଦୁଅ ରେ ଲୋକେ ଯିବାକୁ ବାଧ୍ୟ ହେଉଛନ୍ତି । ମୁଣ୍ଡା ପଲା ରୁ ସିର୍ଲିଗୁଡ଼ା ଦୁଇ କିଲୋ ମିଟର ଯାଏଁ ରାସ୍ତା ମାଟି କାଦୁଅ ହୋଇ ଯାଇଥିବା ବେଳେ ସ୍କୁଲ ପିଲା, ରୋଗୀ ମାନଙ୍କ ପାଇଁ ସମସ୍ୟା ସୃଷ୍ଟି ହେଉଛି । ଗାଁ ଛୋଟ ଛୋଟ ପିଲା ଓ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କ ପାଠ ପଢିବା ଅସୁବିଧା, ସ୍ଵାସ୍ଥ୍ୟ, ଆମ୍ବୁଲାନ୍ସ ସେବା, ଗର୍ଭବତୀ ମହିଳାମାନେ ମେଡିକାଲ କୁ ଯିବାକୁ ହେଲେ ଖଟିଆରେ ବୁହା ହୋଇ ଯାଉଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ଲଗାଣ ବର୍ଷା ହେଲେ ଗାଁରୁ ବାହାରକୁ ଯିବା ପାଇଁ ଅନ୍ୟ କୌଣସି ରାସ୍ତା ନାହିଁ । ତେବେ ଏନେଇ ଭବାନୀ ପାଟଣା ବ୍ଲକ ବିଡ଼ିଓ ଏହି ରାସ୍ତା ଜଙ୍ଗଲ ଜମି ଥିବାରୁ ଅଧାରେ କାମ ଅଟକିଛି ତେଣୁ ଏଭଳି ସମସ୍ୟା ହୋଇଛି ଆମେ ଜଙ୍ଗଲ ବିଭାଗ ଓ ବିଭାଗୀୟ ଅଧିକାରୀଙ୍କୁ ଲେଖି ଜଣାଉଛୁ ବୋଲି ପ୍ରକାଶ କରିଛନ୍ତି । ତେବେ ମୁଣ୍ଡାପଲା ଗାଁ ଉପରେ କେବେ ପଡୁଛି ପ୍ରଶାସନର ନଜର ଆଉ କେବେ ତିଆରି ହେଉଛି ରାସ୍ତା ତାହା ଦେଖିବାକୁ ବାକି ରହିଲା ।