ମୁଖ୍ୟମନ୍ତ୍ରୀ ଶୁଣୁଛନ୍ତି ଲୋକଙ୍କ ଦୁଃଖ .,., ଜନସାଧାରଣଙ୍କ ସମସ୍ୟାର କରୁଛନ୍ତି ସମଧାନ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅଭିଯୋଗ ପ୍ରକୋଷ୍ଠରେ ଲୋକଙ୍କ ସମସ୍ୟା ଶୁଣିଛନ୍ତି। ତାଙ୍କ ସହ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା ମଧ୍ୟ ଉପସ୍ଥିତ ରହିଥିଲେ। ଆଜି ଥିଲା ଜନ ଶୁଣାଣିର ପ୍ରଥମ ଦିନ। ପ୍ରଥମ ଦିନରେ ହିଁ ପାଖାପାଖି ୧୫୦୦ ଲୋକ ନିଜ ସମସ୍ୟା ନେଇ ନାଁ ପଞ୍ଜିକରଣ କରିଥିବା ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀଙ୍କୁ ନିଜ ନିଜ ସମସ୍ୟା ଓ ଦୁଃଖ ଜଣାଇବାକୁ ସବୁ ଜିଲ୍ଲାରୁ ଆସିଥିଲେ ଲୋକେ। ଦିନେ ଦୁଇ ଦିନ ନୁହେଁ ଗତ ୪ ଦିନ ହେବ ଅଖିଆଅପିଆ ଅସହାୟ ଲୋକେ ରାଜଧାନୀରେ ପଡି ରହି କେବଳ ଅପେକ୍ଷା କରିଥିଲେ, କେବେ ସେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯିବେ ନିଜ ଦୁଃଖ ଜଣାଇବେ। । ଆଜି ଅଭିଯୋଗ ପ୍ରକୋଷ୍ଠ ଖୋଲିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦୁଃଖ ଜଣାଇଛନ୍ତି। ଆଉ ତାଙ୍କ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।