ଭୁବନେଶ୍ୱର : ଜାଭେଲିନ୍ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିବା ଓଡିଆ ପୁଅ କିଶୋର ଜେନାଙ୍କ ପ୍ରତି ସମଗ୍ର ଦେଶରୁ ଅଭିନନ୍ଦନୁ ସୁଅ ଛୁଟିବାରେ ଲାଗିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମେତ ସାରା ଦେଶରୁ ଅଭିନନ୍ଦନ ମିଳୁଛି ।
ଶ୍ରୀ ଜେନା ୮୭.୫୪ ମିଟର ପର୍ଯ୍ୟନ୍ତ ଜାଭେଲିନ୍ ପକାଇ ରୌପ୍ୟ ପଦକ ଜିତିବା ସହିତ ପ୍ୟାରିସ୍ ଅଲମ୍ପିକ ପାଇଁ ମଧ୍ୟ ଯୋଗ୍ୟତା ହାସଲ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଏସୀୟ କ୍ରୀଡ଼ାରେ ପୁରୁଷ ଜାଭେଲିନ୍ରେ ଆମର ସଫଳତା ଉଲ୍ଲେଖନୀୟ। ଭାରତକୁ ରୌପ୍ୟ ପଦକ ମଧ୍ୟ ଆସିଛି। ଏହି ପ୍ରତିଯୋଗିତାରେ ଏହି ଚମତ୍କାର ରୌପ୍ୟ ପଦକ ଜିତିଥିବାରୁ କିଶୋର ଜେନାଙ୍କୁ ଅଭିନନ୍ଦନ । ଏହି ବିଜୟକୁ ଦେଶ ପ୍ରଶଂସା କରୁଛି।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କିଶୋରଙ୍କୁ ଅଭିନନ୍ଦନ ଜଣାଇବା ସହିତ ତାଙ୍କ ପାଇଁ ଦେଢ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି ।