ମୁକେଶ ଅମ୍ବାନୀଙ୍କ ଘର ନିକଟରୁ ବିସ୍ଫୋରକ ଭର୍ତ୍ତି ଗାଡ଼ି ଜବତ ଘଟଣାରେ ନିଜକୁ ଦାୟୀ କରିଛି ଜୈଶ-ଉଲ୍-ହିନ୍ଦ୍ ସଙ୍ଗଠନ । ସୋସିଆଲ ମିଡ଼ିଆ ଏହି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିଛି। ଗୃହ ମନ୍ତ୍ରାଳୟ ସୂତ୍ର ଅନୁଯାୟୀ, କୌଣସି ସଂଗଠନ ଚର୍ଚ୍ଚାକୁ ଆସିବାକୁ ଏହିଭଳି କରିଥାଇପାରେ। ଏବେ ସୁଦ୍ଧା ଯାଞ୍ଚରେ ଏମିତି କିଛି ଲିଙ୍କ ସାମ୍ନାକୁ ଆସିନାହିଁ। ମେସେଜ୍ରେ ଲେଖାଯାଇଛି, ଯଦି ଅଟକାଇ ପାରିବ ଅଟକାଅ । ଅମ୍ବାନୀ ମାମଲାରେ ମଧ୍ୟ କିଛି ଲିଙ୍କ ସାମ୍ନାକୁ ଆସିନାହିଁ ମୁକେଶ ଅମ୍ବାନୀଙ୍କ ଘର ବାହାରେ କେଉଁମାନେ ଜେଲାଟିନ୍ ରଡ ଲଦାହୋଇଥିବା ଗାଡି ପାର୍କିଙ୍ଗ କରିଥିଲେ ସେ ସମ୍ବନ୍ଧରେ ପୋଲିସକୁ କିଛି ଜବାବ ମିଳିନାହିଁ କିନ୍ତୁ ପୋଲିସ କିଛି ସୁରାକ୍ ନିଶ୍ଚୟ ମିଳିଛି ଯାହାର ଯାଞ୍ଚ ଚାଲିଛି। ପୋଲିସକୁ କାରର ଫୁଟେଜ୍ ମିଳିଛି। ଏହି ଫୁଟେଜରୁ ଜଣାପଡିଛି ଯେ ଅଭିଯୁକ୍ତ ଟୋଲ ନାକା ଜରିଆରେ ମୁମ୍ବାଇ ବାହାରକୁ ଚାଲିଯାଇଛି। କିଛି ଦିନ ପୂର୍ବରୁ ଦିଲ୍ଲୀ -ଇଜରାଇଲ୍ ଅମ୍ବାସି ବାହାରେ ହୋଇଥିବା ବ୍ଲାଷ୍ଟ ପାଇଁ ମଧ୍ୟ ନିଜକୁ ଦାୟୀ କରିଥିଲା ସଙ୍ଗଠନ । ଆଣ୍ଟିଲିଆର ମାତ୍ର କିଛି ଶହ ମିଟର ଦୂରରେ ଏକ ଏସୟୁଭି ଗାଡ଼ିରୁ ୨୦ଟି ଜିଲେଟିନ ଷ୍ଟିକ୍ ଜବତ କରାଯାଇଥିଲା । ଏବେ ସୁଦ୍ଧା ପୋଲିସ ଜାଣିବାକୁ ପାଇଛି ସ୍କର୍ପିଓ କାର୍ ଚୋରି । ଏହି କାରକୁ ମୁମ୍ବାଇ ଇଷ୍ଟର୍ନ ଏକ୍ସପ୍ରେସ୍ ହାଇୱେରୁ ଚୋରି କରାଯାଇଥିଲା। କାର୍ ଯାହାର ତାଙ୍କୁ ପୋଲିସ ପଚରାଉଚୁରା କରୁଛି। ଗାଡ଼ିର ଆଗ ସିଟରୁ ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା । ସେଥିରେ ୟେ ଟ୍ରେଲର ହୈ ବୋଲି ଲେଖାଥାଇ ନୀତା ଭାବି ଓ ମୁକେଶ ଭୈୟା ବୋଲି ସମ୍ବୋଧନ କରାଯାଇଥିଲା । ଆଗକୁ ଏହା ସଂପୂର୍ଣ୍ଣ ଭାବେ ସେମାନଙ୍କ ନିକଟକୁ ଆସିବ ଓ ଏଥିପାଇଁ ପୂରା ପ୍ରସ୍ତୁତି ସରିଥିବା ଚିଠିରେ ଉଲ୍ଲେଖ ଥିଲା । ପୋଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି ।