ମିଆଁମାରରେ ପୁଣି ଭୂକମ୍ପ ଝଟକା ଅନୁଭୂତ ହୋଇଛି । ୟୁଏସଜିଏସ ରିପୋର୍ଟ ମୁତାବକ, ପୁଣିଥରେ ମିଆଁମାରରେ ୫.୧ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଗତକାଲି ଭୂମିକମ୍ପରେ ମିଆଁମାର ଧ୍ୱଂସ ହୋଇଯାଇଥିବା ବେଳେ ପୁଣି ଆଜି ବି ଭୂମିକମ୍ପ ହୋଇଛି । ଏହି ଭୂମିକମ୍ପ ଉତ୍ପତି ସ୍ଥଳି ମିଆଁମାରର ରାଜଧାନୀ ନେପିତା ନିକଟ ବୋଲି ସୂଚନା ମିଳିଛି । ମିଆଁମାରର ରାଜଧାନୀ ନେପିତା ନିକଟରେ ୨.୫୦ ମିନିଟର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଯାହାର କେନ୍ଦ୍ରସ୍ଥଳ ୧୦ କିମି ଗଭୀରତା ରହିଥିଲା । ତେବେ ଭୂକମ୍ପ ଝଟକାରେ କୌଣସି ହତାହତ ଖବର ଆସିନାହିଁ । ଧ୍ୱଂସର ସ୍ତୁପ ପାଲଟିଥିବା ମିଆଁମାରର ପିଛା ଛାଡୁନି ଭୂମିକମ୍ପ । ଗତକାଲି ଭୂମିକମ୍ପରେ ମିଆଁମାର ଧ୍ୱଂସ ହୋଇଯାଇଥିବା ବେଳେ ପୁଣି ଆଜି ବି ଭୂମିକମ୍ପ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୧ ବୋଲି କୁହାଯାଉଛି । ଏହି ଭୂମିକମ୍ପ ଉତ୍ପତି ସ୍ଥଳି ମିଆଁମାରର ରାଜଧାନୀ ନେପିଣ୍ଡା ନିକଟ ବୋଲି ସୂଚନା ମିଳିଛି । ମିଆଁମାର ଓ ଥାଇଲାଣ୍ଡରେ ଶୁକ୍ରବାର ହୋଇଥିବା ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ଭୀଷଣ ବିପର୍ଯ୍ୟୟ ହୋଇଛି । ୭.୭ ଏବଂ ୭.୨ ତୀବ୍ରତାର ୨ଟି ଭୂକମ୍ପ ପ୍ରଭାବରେ ମିଆଁମାରରେ ଅନେକ ସୁଉଚ୍ଚ ଅଟ୍ଟାଳିକା ଆଖି ପିଛୁଳାକେ ମାଟିରେ ମିଶିଯାଇଛି । ମିଆଁମାରରେ ୧୦୦୨ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୦୦ରୁ ଅଧିକ ଆହତ ହୋଇଛନ୍ତି । ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ । ମିଆଁମାରର ଭୂକମ୍ପର ପ୍ରଭାବ ୯୦୦ କିମି ଦୂରରେ ଥିବା ପଡ଼ୋଶୀ ଥାଇଲାଣ୍ଡର ରାଜଧାନୀ ବ୍ୟାଂକକରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ଘଟିଛି । ଏହାକୁ ଦୃଷ୍ଟିରେ ରଖି ଏବେ ଭାରତ ସରକାର ୧୫ଟନର ରିଲିଫ୍ ସାମଗ୍ରୀ ପଠାଇଛନ୍ତି । ମିଆଁମାର ଏବଂ ଥାଇଲ୍ୟାଣ୍ଡରେ ଶୁକ୍ରବାର ଦିନ ୭.୭ ତୀବ୍ରତାର ଭୂ-କମ୍ପ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ଆହୁରି ବହୁ ଅଧିକ ହେବା ଆଶଂକା କରାଯାଉଛି । ଅନେକ ଲୋକ ଧ୍ବଂସ ସ୍ତୁପ ତଳେ ଚାପି ହୋଇ ରହିଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାର୍ଯ୍ୟ । ଧ୍ବଂସସ୍ତୁପ ତଳୁ ଜୀବନର ସନ୍ଧାନ କରୁଛନ୍ତି ଉଦ୍ଧାରକାରୀ । ଶୁକ୍ରବାର ଦିନ ମିଆଁମାରରେ ୭.୭ ତୀବ୍ରତା ଭୂକମ୍ପ ହୋଇଥିଲା । ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ମୁତାବକ ଶୁକ୍ରବାର ରାତି ୧୧.୫୬ ମିନିଟ ସମୟରେ ପୁଣି ଏକ ଭୂକମ୍ପ ହୋଇଥିଲା, ଯାହାର ତୀବ୍ରତା ଥିଲା ୪.୨ । କେବଳ ମିଆଁମାର ନୁହେଁ ଶନିବାର ସକାଳ ୫.୧୬ ମିନିଟରେ ଆଫଗାନିସ୍ତାନରେ ବି ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଛି । ହେଲେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ।