ଗାୟିକା ଶ୍ରେୟା ଘୋଷାଲ ଆଜି ଇନଷ୍ଟାଗ୍ରାମରେ ତାଙ୍କ ଗର୍ଭଧାରଣ ଖବର ପ୍ରଶଂସକଙ୍କୁ ଜଣାଇଛନ୍ତି | ନୀଳ ଏବଂ ସବୁଜ ରଙ୍ଗର ପୋଷାକ ପରିଧାନ କରି ଗର୍ଭଧାରଣ ପୋଜ ଦେଇ ଫୋଟୋ ପୋଷ୍ଟ କରିଲେଖିଛନ୍ତି | ଆମେ ଆମ ଜୀବନରେ ନୂତନ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛୁ ସେଥିପାଇଁ ସମସ୍ତଙ୍କର ଭଲପାଇବା ଏବଂ ଆଶୀର୍ବାଦ ଦରକାର | ପ୍ରଥମ ଶିଶୁର ଆଶା କରି ଗାୟିକା ଶ୍ରେୟା ଘୋଷାଲ ଗର୍ଭଧାରଣ କଥା ଇନ୍ଷ୍ଟଗ୍ରାମରେ ଘୋଷଣା କରିଛନ୍ତି | ବଲିଉଡର ଗାୟକ ଶ୍ରେୟା ଘୋଷାଲ ଏବଂ ତାଙ୍କ ବ୍ୟବସାୟୀ ସ୍ୱାମୀ ଶିଲାଦିତ୍ୟ ମୁଖୋପାଧ୍ୟାୟ ସେମାନଙ୍କର ପ୍ରଥମ ସନ୍ତାନକୁ ଆଶା କରୁଛନ୍ତି। ଶ୍ରେୟା ଏବଂ ଶିଲାଦିତ୍ୟ ଦୁହେଁ ପିଲାଦିନର ବନ୍ଧୁ ଥିଲେ ଏବଂ ପରସ୍ପରକୁ ଭଲ ପାଉଥିଲେ ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ୍ କରିବା ପରେ , ଶ୍ରେୟା ଘୋଷାଲ ୨୦୧୫,ଫେବୃୟାରୀ ୫ରେ ତାଙ୍କ ପ୍ରେମିକ ଶିଲାଦିତ୍ୟଙ୍କୁ ବିବାହ କରିଥିଲେ | ସେମାନଙ୍କର ବିବାହ ବଙ୍ଗୀୟ ରୀତିନୀତି ଅନୁସାରେ ହୋଇଥିଲା | ଇନ୍ଷ୍ଟାଗ୍ରାମରେ ଶ୍ରେୟା ଘୋଷାଲ ଗର୍ଭ ଧାରଣର ଫୋଟୋ ସେୟାର କରିବା ସେ ଲେଖିଛନ୍ତି ଯେ, ‘ବେବି ଶ୍ରେୟାଦିତ୍ୟ ଆନେ ୱାଲା ହେ’ । ଶିଲାଦିତ୍ୟ ଏବଂ ମୁଁ ଆପଣମାନଙ୍କ ସହ ଏହି ଖବର ସେୟାର କରି ବହୁତ୍ ଖୁସି ଅଛୁ । ଆପଣ ସମସ୍ତଙ୍କ ଭଲପାଇବା ଏବଂ ପ୍ରାର୍ଥନାର ଆବଶ୍ୟକତା ଅଛି । ଯାହା ଫଳରେ ଆମେ ଆମ ଜୀବନରେ ଆସିବାକୁ ଯାଉଥିବା ନୂଆ ସଦସ୍ୟ ପାଇଁ ଭଲରେ ପ୍ରସ୍ତୁତି କରି ପାରିବୁ । ତାଙ୍କର ଏହି ପୋଷ୍ଟରେ ତାଙ୍କ ଫ୍ୟାନ୍ସମାନଙ୍କ ସମେତ, ଅନେକ୍ କଳାକାର ନିଜ ନଜର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି । ଶ୍ରେୟା ତାଙ୍କ ଇନ୍ଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ପ୍ରଶଂସକଙ୍କୁ ଏହାର ସୂଚନା ଦେଇଛନ୍ତି ।