ସମ୍ବଲପୁର ବିଜେପି ପ୍ରାର୍ଥୀ ଭାବେ ଘୋଷଣା ହେବା ପରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ମନ୍ଦିରକୁ ଯାଇ ଦର୍ଶନ କରିଛନ୍ତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତାଙ୍କ ସହ ତାଙ୍କ ଧର୍ମପତ୍ନୀ ମଧ୍ୟ ଉପସ୍ଥିତ ଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମା’ଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ମଧ୍ୟ ନେଇଥିଲେ । ତାଙ୍କ ସହ ବିଧାୟକ ନାଉରୀ ନାୟକ ଓ ଅନ୍ୟ ବିଧାୟକ ତଥା ଜିଲ୍ଲା ବିଜେପି ପଦାଧିକାରୀମାନେ ଉପସ୍ଥିତ ଥିଲେ । ତେବେ ତାଙ୍କୁ ସମ୍ବଲପୁର ମାଟିର ସେବା କରିବାକୁ ଦଳ ସୁଯୋଗ ଦେଇଥିବାରୁ ସେ ନିଜକୁ ଧନ୍ୟ ମନେ କରୁଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।