ବାପା ମା ପାଖରେ ଥିଲେ ପିଲାଙ୍କର ସାହାସ ବଢେ .,., ବାପାଙ୍କର ଶାସନ ଆଉ ମାର ମମତା ରେ ପିଲା ଛୋଟରୁ ବଡ ହୋଇ ସମାଜରେ ଭଲ ମଣିଷ ହୋଇ ବାହାରେ .., ହେଲେ ଦେଖନ୍ତୁ ଏହି ଦୁଇ ଅବୋଦ୍ଧ ଶିଶୁଙ୍କ ମୁହଁକୁ ତିନି ବର୍ଷ ପୂର୍ବ ମୁଣ୍ଡ ଉପରୁ ଉଠିଯାଇଥିଲା ବାପାଙ୍କର ଛାୟା ଆଉ ଏବେ ମା ବି ଦୁଇପିଲାଙ୍କୁ ପର କରି ଆର ପାରିକି ଚାଲିଯାଇଛି । ଏହି ଦୁଇ ପିଲା ବଞ୍ଚିବେ ତ ଏବେ କାହା ଭରଷାାରେ ,., କାହା ପାଖରେ ନିଜର ସବୁ ଅଳି କରି ଜିଦି କରିବେ ,., ପାଖରେ ଏବେ କଥା ଶୁଣିବାକୁ ବି କେହିଁ ନାହିଁ ଯାହାଙ୍କର କାହାଣି ଶୁଣିଲେ ଆପଣଙ୍କ ଆଖିରେ ରେବି ଲୁହ ଆସିଯିବା ।
ଯେଉଁ ବୟସ ରେ ଖେଳ କୁଦ କରିବା କଥା ,ସେଇ ବୟସ ରେ ଏ ଦୁଇ ଶିଶୁ ଙ୍କ ମୁଣ୍ଡରେ ମାଆ ର ଶୁଦ୍ଧିକ୍ରିୟା କରିବା ବୋଝ।ସେଇ ଦୁଇ ଛୁଆ ଙ୍କ ନାଁ ହେଉଛି ଆଶିଷ ଓ ଦେବାଶିଷ ।ଗଲା ତିନି ବର୍ଷ ତଳେ ଏଇ ଦୁଇ ଛୁଆ ଙ୍କ ମୁଣ୍ଡ ରୁ ବାପା ଙ୍କ ହାତ ଉଭେଇ ଯିବା ବେଳେ ଦଶ ଦିନ ତଳେ ମାଆ ମଧ୍ୟ ପର କରି ଆରପାରି କୁ ଚାଲି ଯାଇଛି। । ମାଆ ମୃତ୍ୟ ଦଶ ଦିନ ପରେ ଶୁଦ୍ଧିକ୍ରିୟା କରିବାକୁ ଏବେ ଭିକ ମାଗି ଟଙ୍କା ଯୋଗାଡ କରୁଛନ୍ତି ଦୁଇ ଭାଇ । ଏହିପରି ଏକ ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘଇ ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଗାଁର ଏ ଦୁଇ ଭାଇଙ୍କ ଦୁଃଖ ଦୂର କରିବା କୁ ବାହାରି ପଡିଛନ୍ତି କିଛି ସହୃଦୟ ଲୋକ । ଘର ଘର ବୁଲି ସେମାନେ ଏବେ ଶୁଦ୍ଧିକ୍ରିୟା ପାଇଁ ଟଙ୍କା ଯୋଗାଡ କରୁଥିବା ବେଳେ ଅନାଥ ଶିଶୁ ଦୁଇ ଙ୍କୁ ସାହଯ୍ୟ କରିବା କୁ ହାତ ଯୋଡ଼ିଛନ୍ତି ।
ଖାଲି ସେତିକି ନୁହେଁ ଲୋକେ ବି ଏ ଅନାଥ ଶିଶୁ ଙ୍କ ମାଆ ର ଶୁଦ୍ଧି କ୍ରିୟା ପାଇ ନିଜ ସକ୍ଷମ ମୁତାବକ ସାହଯ୍ୟ କରିଚାଲିଛନ୍ତି। ଆଗକୁ ଏ ଦୁଇ ଶିଶୁ ଙ୍କ ଆଗରେ ଲମ୍ବା ଭବିଷ୍ୟତ ,ତେଣୁ ଏପରି ପରିସ୍ଥିତି ରେ ସରକାର ସେମାନଙ୍କୁ ସାହାଯ୍ୟ ର ହାତ ବଢ଼ାଇବା ସହିତ ସେମାନେଙ୍କ ପାଠ ପଢା ପାଇଁ ସାହାଯ୍ୟ କଲେ ଏ ଦୁଇ ଶିଶୁ ଉପକୃତ ହୋଇ ପରାନ୍ତେ। ଦୁଇ ପିଲାଙ୍କୁ ବଡ କରିବାର ଦାୟିତ୍ୱ ଏବେ ଜଣେ ସହୃଦୟ ବ୍ୟକ୍ତି ଜଣକ ନେଇଛନ୍ତି ।