ମାଳିକା ବର୍ଣ୍ଣିତ ପୀଠ ମା ବନଦୁର୍ଗାଙ୍କ ଠାରେ ପ୍ରଥମ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ପୁରୀ ଜିଲ୍ଲା ନିମାପଡ଼ା ବ୍ଳକ ଅନ୍ତର୍ଗତ ମାଳିକା ବର୍ଣ୍ଣିତ ପୀଠ ମା ବନଦୁର୍ଗାଙ୍କ ଠାରେ 108 କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଅଛି। ଏହି କଳସ ଯାତ୍ରା ଅଷିଣ ମାସ ଷଷ୍ଠୀ ପୂଜା ଠାରୁ ଆରମ୍ଭ ହୋଇଯାଇଅଛି। ଏହି କଳସ ଯାତ୍ରା ଦୂର ଦୁରାନ୍ତାରୁ ଭକ୍ତମାନେ ଆସି କଳସ ଯାତ୍ରା ରେ ସାମିଲ ହୋଇଥାନ୍ତି। ଏବଂ ଭକ୍ତମାନେ ମାନସିକ ଯାହା କରି କଳସ ଯାତ୍ରା କରନ୍ତି। ମାନିସକ ପୂରଣ ହୋଇଥାଏ। ଏହି ପରିପ୍ରେକ୍ଷିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ସୂଚନାରୁ ପ୍ରକାଶ ଯେ ରାଜେଶ୍ୱରୀ ମାତା ଶରୀରରେ ବିଦ୍ୟମାନ କରୁଛନ୍ତି ମା ବନଦୁର୍ଗା l l ଏହି “ମା” ଙ୍କ ପୀଠରେ ଦୁରାଦୂରାନ୍ତ ରୁ ଆସୁଥିବା ଭକ୍ତ ମାନଙ୍କ ପାଇଁ , ଖାଇବା ପାଇଁ, ଭୋଗ କିଣିବା ଗାଡି ରଖିବାପାଇଁ ସ୍ଥାନୀୟ ଲୋକ ମାନଙ୍କ ଦ୍ଵରା ସୁ ବ୍ୟବସ୍ଥା କରାଯାଇଥିବା ବେଳେ ସ୍ଥାନୀୟ ଲୋକ ଭୋଗ, ଦୀପ ବିକ୍ରି କରି ନିଜର ଗୁଜୁରାଣ ମେଣ୍ଟାଉ ଥିବା ଦେଖିବାକୁ ମିଳିଛି l ମା ରାଜେଶ୍ୱରୀ ଙ୍କ କହିବା କଥା ଏହି ଜାଗାରେ ଗାଁ ନଥିଲା ଏଠି ଥିଲା ପାତାଳ ଫୁଟା ଶିବ ଲିଙ୍ଗ, ଯେଉଁଠି ଏକ୍ ବେହେରା ପରିବାର ଥିଲେ, ବଣ ବୁଦା ହୁଙ୍କା ରେ କେବଳ ନାଗ ସାପ ବିଚରଣ କରନ୍ତି, ଦିନକର କଥା ବାଳକ ରାଜେଶ ଯାଇଥିଲା ସେହି ହୁଙ୍କା ପାଖକୁ ତାଙ୍କ ଗୋଡ଼ରେ ଏକ ନାଗ ସାପ ଗୁଡେଇ ହେଇ ଯିବା ବେଳେ ହଟାତ ସେ ଛାଟିଦେଇ ପଳାଇ ଆସିଥିଲେ, ସେହିଦିନ ରାତ୍ରରେ ତାଙ୍କୁ ମା ଙ୍କ ସ୍ଵପ୍ନା ଦେଶ ହେଇଥିଲା, ତୁ ଡରିଲୁ କି, ମୁଁ ପରା ଏଠୁ ବାହାରିବାକୁ ଚାହିଁଛି, ତୁ ମୋତେ ଉଦ୍ଧାର କର, ମାଙ୍କ ବିଗ୍ରହ ଉଦ୍ଧାର ପରେ ସେହି ଦିନ ଠୁ ଏହି “ମା” ଙ୍କ ପୀଠରେ ସ୍ଥାନୀୟ ଗରିବ ଶ୍ରେଣୀର ଅନେକ ଲୋକମାନେ ଦୀପ ଏବଂ ଭୋଗ ସାମଗ୍ରୀ ରଖି ପ୍ରରିବାର ପ୍ରତିପୋଷଣ କରୁଥିବା କୁହାଯାଇଛି.