ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଳକ ଅନ୍ତର୍ଗତ ମା ଥାନପତି ମନ୍ଦିର ପ୍ରାଙ୍ଗଣରେ ପ୍ରବାଦପୁରୁଷ ବିଜୁବାବୁଙ୍କ ୧୦୯ ତମ ଜନ୍ମ ଜୟନ୍ତୀ ସଭା ଅନୁଷ୍ଠିତ ହୋଇଯାଇଅଛି। ଏହି ପରିପ୍ରେକ୍ଷୀରେ ପ୍ରଥମେ ପ୍ରବାଦ ପୁରଷ ବିଜୁବାବୁଙ୍କ ଫଟୋଚିତ୍ର ରେ ପ୍ରଦୀପ ପ୍ରଜ୍ବଳନ କରି ସଭା କାର୍ଯ୍ୟ ଆରମ୍ଭ ହୋଇଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ବାଲିକୁଦା ଏରସମା ନିର୍ବାଚନମଣ୍ଡଳୀର ସାରଦା ପ୍ରସାଦ ଜେନା ଯୋଗଦେଇଥିଲେ। ଏବଂ ଚାରୋଟି ଜୋନ ର ଜିଲ୍ଲାପରିଷଦ ଶ୍ରୀମତି ଡ଼ଲି ପଣ୍ଡା, ଜଟାଧାରୀ ଦାସ, ରୁନିଲତା ବେହେରା, ତଟୀନା ସ୍ବାଇଁ, ଉପସ୍ଥିତ ଥିଲେ। ପ୍ରତ୍ୟେକ ପଞ୍ଚାୟତ ରୁ ଆସିଥିବା ବିଜୁଜନତା ଦଳ କର୍ମୀମାନେ ଏବଂ ସମିତି ସଭ୍ୟ ସରପଞ୍ଚ ଉପସ୍ଥିତ ଥିଲେ। ପରେ ପରେ ବାଲିକୁଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯଇଥିଲା।