ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଜଣେ ଯବାନ ଗୁରୁତର । ଆଜି ସକାଳୁ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ବ୍ଲକର କର୍ତନପଲ୍ଲୀ ଗୋଗପଦର ଗାଁ ନିକଟସ୍ଥ ଜଙ୍ଗଲରେ ୧୬୦ ବିଏସଏଫ ବଟାଲିଅନ ପକ୍ଷରୁ କମ୍ବିଂ ଅପରେସନ ଚାଲିଥିଲା। ଫଳରେ ଯବାନ ଜଣଙ୍କ ଗୁରୁତର ହୋଇପଡିଥିଲେ । କମ୍ବିଂ ଅପରେସନ ବେଳେ ଲ୍ୟାଣ୍ଡମାଇନଟି ବିସ୍ଫୋରଣ ହୋଇଥିଲା । ସୂଚନାନୁସାରେ, ରବିବାର ଜିଲ୍ଲାର କୋଗା ଜଙ୍ଗରେ ବିଏସଏଫ ଯବାନମାନେ କମ୍ବିଂ ଅପରେସନ କରୁଥିଲେ । ଅପରେସନ ବେଳେ ଏକ ଲ୍ୟାଣ୍ଡମାଇନକୁ ମାଓବାଦୀମାନେ ବିସ୍ଫୋରଣ କରିଥିଲେ । ଏଥିରେ ଧର୍ମେନ୍ଦ୍ର ସାହୁ ନାମକ ଜଣେ ଯବାନ ଗୁରୁତର ହୋଇଛନ୍ତି । ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ବିଶାଖାପାଟଣା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ ଘଟଣାସ୍ଥଳରେ ପୋଲିସ ଓ ସୁରକ୍ଷାବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।