ମାଲକାନଗିରି ଛତିଶଗଡ ସିମାନ୍ତ ବିଜାପୁର ଜିଲ୍ଲାରେ ପୋଲିସକୁ ମିଳିଲା ଆଉ ଏକ ବଡ ସଫଳତା । ଜଙ୍ଗଲ ଭିତରେ ଜବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ୧୩ ଜଣ ସକ୍ରିୟ ମାଓବାଦୀଙ୍କୁ ଗିରଫ କରିଛନ୍ତି ସୁରକ୍ଷା ବାହିନୀ । ଏମାନଙ୍କ ମଧ୍ୟରୁ ଜଣଙ୍କ ମୁଣ୍ଡ ଉପରେ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା ହୋଇଥିଲା । ଉସୁର ଥାନା ଅନ୍ତର୍ଗତ ଜଙ୍ଗଲ ଭିତରେ ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ଲେଣ୍ଡମାଇନ ଲଗାଉଥିବା ବେଳେ ୭ ଜଣ ମାଓବାଦୀଙ୍କୁ ଗିରଫ କରିଛନ୍ତି ସୁରକ୍ଷା କର୍ମୀ । ସେହିପରି ବାସାଗୁଡ଼ା ଥାନା ଅଞ୍ଚଳର ଦୁଇ ଜଣ ଗ୍ରାମ ବାସୀଙ୍କୁ ହତ୍ୟା କରିବା ଅଭିଯୋଗରେ 6 ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି । ଡିଆରଜି, କୋବ୍ରା ଓ ସିଆରପିଏଫ ବାହିନୀର ମିଳିତ ଅପରେସନ ବେଳେ ବିଜାପୁର ଜିଲ୍ଲାର ବିଭିନ୍ନ ସ୍ଥାନରୁ ଏହି 13 ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି । ସେଇ ଭଳି ନାରାୟନପୁର ଜିଲ୍ଲାର ଆବୁଝମାଡ଼ ଜଙ୍ଗଲରେ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ଯବାନ ଙ୍କୁ ମିଳିଛି ବଡ଼ ସଫଳତା ମାଓବାଦୀ ଓ ଯବାନ ଙ୍କ ମଧ୍ୟରେ ଗୁଳି ବିନିମୟ ହେବା ପରେ ମାଓବାଦୀ ମାନେ ଛତ୍ର ଭଙ୍ଗ ଦେଇଥିବା ବେଳେ ଯବାନ ମାନେ ଘଟଣା ସ୍ଥଳରୁ ବନ୍ଧୁକ , ବାକିଟୋକି ସହ ଅନେକ ମାଓ ସାମଗ୍ରୀ ଜବତ କରିଛନ୍ତି ।