ଆଜି ଭାରତ ବନ୍ଦ। ଅନୁସୂଚିତ ଜାତି ଓ ଜନଜାତି ସଂଗଠନ ଗୁଡ଼ିକ ଏହି ବନ୍ଦ ଡାକରା ଦେଇଛନ୍ତି। ମାଲକାନଗିରି ଜିଲ୍ଲାରେ ମଧ୍ୟ ଏହି ବନ୍ଦ ର ପ୍ରଭାବ ଦେଖିବାକୁ ମିଳିଛି, ଚକ ଅଖ ସହିତ ସହରର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ସ୍କୁଲ କଲେଜ ଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ବନ୍ଦ ରହିଛି। ଯାହାଫଳରେ ଅନେକ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। Sc, st ସଂରକ୍ଷଣ ରେ କ୍ରୀମି ଲେୟର କୁ ସୁପ୍ରିକୋର୍ଟଙ୍କ ରାୟ ବିରୁଦ୍ଧରେ ଏହି ବନ୍ଦ ଡାକରା ଦିଆଯାଇଛି। ବନ୍ଦକୁ ସମର୍ଥନ ଜଣାଇଛନ୍ତି ବିଭିନ୍ନ ରାଜନୈତିକ ଦଳ। କୋଟା ଭିତରେ ଅଧିକ ପଛୁଆ ବର୍ଗଙ୍କ ପାଇଁ ସବ କୋଟା ହଉ ବୋଲି ସଂଗଠନ ଗୁଡ଼ିକ ଦାବି କରିଛନ୍ତି। ୧୨ ଘଣ୍ଟା ପାଇ ବନ୍ଦ ଡାକରା ଦିଆଯାଇଛି। ବନ୍ଦ ଡାକରାରେ ଜରୁରୀ କାଳୀନ ସେବା ଗୁଡିକ ବାଦ୍ ଦିଆଯାଇଛି। ସକାଳ ୬ ଟା ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି। ସ୍କୁଲ୍ କଲେଜ୍ ଗୁଡ଼ିକ ମଧ୍ୟ ବନ୍ଦ ରହିଛି।
ସୁପ୍ରମକୋର୍ଟଙ୍କ ରାୟ ରହିଛି sc, st ଙ୍କ ମଧ୍ୟରେ କେତେକ ପଛୁଆ ଅଧିକ ବର୍ଗ ରହିଛନ୍ତି, ଏମାନଙ୍କ ପାଇଁ ରାଜ୍ୟ ସରକାର ସତନ୍ତ୍ର ସଂରକ୍ଷଣ ବ୍ୟବସ୍ଥା କରନ୍ତୁ। କୋଟା ଭିତରେ ଅଧିକ ସବକୋଟା ବ୍ୟବସ୍ଥା ହଉ। ତେବେ କୋଟା ଭିତରେ ସବକଟା ପାଇଁ ୨ ଟି ସର୍ଥ ରଖିଛନ୍ତି କୋର୍ଟ। ନିର୍ଦ୍ଧାରିତ କୋଟା ଭିତରେ କୌଣସି ଗୋଟିଏ ଜାତିକୁ ୧୦୦% କୋଟା ଦିଆଯିବ ନାହିଁ। ସଂରକ୍ଷଣ ପୂର୍ବରୁ ନିର୍ଦ୍ଦିଷ୍ଟ ଜାତିର ଭାଗିଦାରୀ କେତେ ତାର ତଥ୍ୟ ସଂଗ୍ରହ ହେବ। ଏହାକୁ ପ୍ରତିବାଦ କରି ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି SC,ST ସଂରକ୍ଷଣ ଗୁଡ଼ିକ ଆଜି ଭାରତ ବନ୍ଦ ପାଳନ କରୁଛନ୍ତି। Bsp, ଭୀମ ଆର୍ମୀ, ଭାରତ ଆଦିବାସୀ ସମେତ ଅନେକ ରାଜନୈତିକ ଦଳ ସମର୍ଥନ କରୁଛନ୍ତି। ସୁପ୍ରିମକୋର୍ଟ ତାଙ୍କ ରାୟ ର ପୁନର୍ବିଚାର କରନ୍ତୁ ବୋଲି ଦଳିତ ସଂଗଠନ ଗୁଡିକ ଦାବି କରିଛନ୍ତି।