ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବିମାନ ସେବା ଉପରେ ଲାଗିଥିବା କଟକଣାକୁ ୩୧ ମାର୍ଚ୍ଚ ଯାଏ ବୃଦ୍ଧି କରାଯାଇଛି। ଏହା ଆସନ୍ତା ୩୧ ଯାଏ ଭାରତରୁ କୌଣସି ଅନ୍ତର୍ଜାତୀୟ ବିମାନ ସେବା ଉପଲବ୍ଧ ହେବନାହିଁ। ଏ ସମ୍ପର୍କରେ ଡିଜିସିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତିରେ କୁହାଯାଇଛି ଯେ ପୂର୍ବରୁ କରୋନା ପାଇଁ ଅନ୍ତର୍ଜାତୀୟ ବିମାନ ସେବା ଉପରେ ଲାଗିଥିବା କଟକଣାକୁ ବୃଦ୍ଧି କରାଯାଇଛି। ମାର୍ଚ୍ଚ ୩୧ ରାତି ୨୩ଟା୫୯ ଯାଏ ଏହି କଟକଣା ଜାରି ରହିବ। ତେବେ ଏହି କଟକଣା ଅନ୍ତର୍ଜାତୀୟ ମାଲ ପରିବହନ ବିମାନ ଉପରେ ଲାଗୁ ହେବନାହିଁ। କରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ ଗତବର୍ଷ ମାର୍ଚ୍ଚ ମାସ ଠାରୁ ଅନ୍ତର୍ଜାତୀୟ ବିମାନ ସେବା ଉପରେ ରୋକ ଲାଗିଥିଲା। ଲକଡାଉନ ବୃଦ୍ଧି ପାଇବ ସହ ଏହି କଟକଣା ଅବଧି ମଧ୍ୟ ବଢ଼ିଥିଲା। ପର୍ଯ୍ୟାକ୍ରମେ ଭାରତ ସରକାର ଘରୋଇ ବିମାନ ସେବାକୁ କାର୍ଯ୍ୟକାରୀ କରିବାକୁ ଅନୁମତି ଦେଇଥିଲେ ହେଁ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିଥିଲା।