ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୨୬.୦୨): ମାର୍ଚ୍ଚରେ ୪୦ ପାର୍ କରିବ ତାତି। ମାର୍ଚ୍ଚ ୨ ଓ ୩ ତାରିଖ ସୁଦ୍ଧା ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ପାର୍ କରିବ। ମାର୍ଚ୍ଚ ୨ ତାରିଖ ଭିତରେ ରାଜ୍ୟର ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୪ ଡିଗ୍ରୀ ଅଧିକ ରହିବ। ୩ ତାରିଖରେ ରାଜଧାନୀ ତାପମାତ୍ରା ୪୨ ଡିଗ୍ରୀ ଛୁଇଁପାରେ। ଭୁବନେଶ୍ୱରରେ ସ୍ୱାଭାବିକ ତାପମାତ୍ରା ୧ ଡିଗ୍ରୀ ଉପରେ ରହିଛି। ଆଗକୁ ପ୍ରଚଣ୍ଡ ତାତି ଆଶଙ୍କା ନେଇ ସତର୍କ କରାଇଛି ପାଣିପାଗ ବିଭାଗ। ଓଡ଼ିଶା ଓ ସଲଗ୍ନ ଅଞ୍ଚଳରେ ଗୁରୁଚାପ ସୃଷ୍ଟି ସହ ରାଜ୍ୟକୁ ଦକ୍ଷିଣ ପଟୁ ବଙ୍ଗୋପସାଗରୀୟ ପବନ ଆସିବ। ଏହାର ପ୍ରଭାବରେ ୨୮ରୁ ତାପମାତ୍ରା ଆହୁରି ବଢ଼ିଯିବ। ୩ ତାରିଖ ସୁଦ୍ଧା ଆଭ୍ୟନ୍ତରୀଣ ଓଡ଼ିଶାରେ ଝାରସୁଗୁଡ଼ାରୁ କାଳାହାଣ୍ଡି ଯାଏ ଅଧିକାଂଶ ଅଞ୍ଚଳରେ ତାମପାତ୍ରା ୪୦ ଡିଗ୍ରୀ ପାର୍ କରିବ। ଗତକାଲି ମାଲକାନଗିରରେ ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରୀ ରେକର୍ଡ କରାଯାଇଛି।