ରାଜନଗର ବ୍ଲକରେ ଥିବା ଅଗ୍ରଣୀ ସାମାଜିକ ସଂଗଠନ ମଧ୍ୟରୁ ଜାଗାବଳିଆ ଫାଉଣ୍ଡେସନ ଅନ୍ୟତମ,ସବୁବେଳେ ଗରିବ ଓ ଅସହାୟ ପରିବାର ପାଖରେ ଛିଡା ହୋଇ ମାନବିକତର ପରିଚୟ ଦେଇଛି ଏହି ସାମାଜିକ ସଂଗଠନ, ପୁଣି ଏକ ଗରିବ ଓ ଅସହାୟ ପରିବାରର ଅଧାପଇନ୍ତରା ପଡି ରହିଥିବା ଘରକୁ ସଜାଡି ଗରିବ ମୁହଁରେ ହସ ଫୁଟାଇଛି ଏହି ସଂଗଠନ, ସୂଚନା ଯୋଗ୍ୟ ବେଲପାଳ ଗାଁର ଅମର କୁମାର ମାହାନ୍ତି ଆଜିକୁ ୮ ବର୍ଷ ତଳେ ଗାଡି ଦୁର୍ଘଟଣାରେ ନିଜର ଦୁଇ ଗୋଡ ଅଚଳ ହୋଇ ଘରେ ପଡି ରହିଛନ୍ତି ଆଉ ଏହି ଅବସ୍ଥାରେ ତାଙ୍କୁ ସାହାରା ସାଜିଛି ହ୍ୟୁଇଲ ଚେୟାର। ପରିବାର କହିଲେ ବୁଢୀ ମା ଓ ନିଜେ ଅମର ମାହାନ୍ତି,ଏହି ଦୁଇ ପ୍ରାଣୀ ଭଲରେ ରହିବା ପାଇଁ ଆଜିକୁ ୮ ମାସ ତଳେ ଧାରକରଜ କରି ଅମର ଏକ କୋଠାଘର ନିର୍ମାଣ କରିଥିଲେ ତାହାର ଛାତ ପଡିସାରିବା ପରେ ଖୁସିରେ ଫାଟିପଡ଼ିଥିଲା ଅମରଙ୍କ ପରିବାର କିନ୍ତୁ ଦଇବ ଏହି ଖୁସି ଦେଖିପାରିଲା ନାହିଁ ଘରର ଛାତ ପଡିବା ପରେ ଗାଡି ଦୁର୍ଘଟଣାରେ ଅମର ଙ୍କ ଦୁଇ ଗୋଡ ଅଚଳ ହୋଇଗଲା ପଇସା ଅଭାବରୁ ସେହି କୋଠା ଘର ସମ୍ପୂର୍ଣ୍ଣ ଭାବେ ନିର୍ମାଣ ହୋଇପାରିଲା ନାହିଁ, ଫଳରେ ଏହି ଦୁଇ ପ୍ରାଣୀ ଏକ ମାଟି ଘରେ ଦୀର୍ଘ ୮ ବର୍ଷ ଧରି ଦୁଃଖ ଓ କଷ୍ଟରେ ରହିଆସୁଛନ୍ତି,ତେବେ ଏହି ପରିବାର ର ଦୁଃଖ ସହି ନପାରି ଜଗାବଳିଆ ଫାଉଣ୍ଡେସନ ତରଫରୁ ୪୦ ରୁ ୫୦ ହଜାର ଟଙ୍କାରେ ସିମେଣ୍ଟ, ବାଲି, ଗୋଡି ଓ ମିସ୍ତ୍ରୀ ଲଗାଇ ଅଧପନ୍ତରିଆ ହୋଇ ପଡି ରହିଥିବା କୋଠା ଘରକୁ ମରାମତି କରାଯାଇଛି, ଖାଲି ଏତିକି ନୁହେଁ ଜଗାବଳିଆ ଫାଉଣ୍ଡେସନ ର ସମସ୍ତ କର୍ମକର୍ତା ମାନେ ମିଳିମିଶି ଘର ନିର୍ମାଣ କାର୍ଯ୍ୟରେ ବାଲି, ଗୋଡି,ସିମେଣ୍ଟ ବୋହି ଘର କାମରେ ସାହାଯ୍ୟ କରିଛନ୍ତି,ଆଜିର ଦୁନିଆରେ ବିନା ସ୍ଵାର୍ଥ୍ୟ ରେ କେହି କାହାରିକୁ ସାହାଯ୍ୟ ର ହାତ ବଢ଼ାନ୍ତି ନାହିଁ କିନ୍ତୁ ଜଗାବଳିଆ ଫାଉଣ୍ଡେସନର ଏଭଳି ନିସ୍ଵାର୍ଥ ପର କାର୍ଯ୍ୟ ପାଇଁ ସାରା ଅଞ୍ଚଳବାସୀ ଙ୍କ ତରଫରୁ ଜଗାବଳିଆ ଫାଉଣ୍ଡେସନ କୁ ଅଜସ୍ର ସ୍ନେହ ଓ ଭଲ ପାଇବା ମିଳିପାରିଛି,ଅନ୍ୟ ପକ୍ଷେ ଜଗାବଳିଆ ଫାଉଣ୍ଡେସନର ସଦସ୍ୟ ଅମର ଙ୍କ ଅସହାୟ ପରିବାର ପାଇଁ ସରକାର ଙ୍କୁ ନିବେଦନ କରି କହିଛନ୍ତି ତାଙ୍କୁ ସମସ୍ତ ସରକାରୀ ସାହାଯ୍ୟ ଦେବା ପାଇଁ.