ମାଡ଼ି ଆସୁଛି ପ୍ରଚଣ୍ଡ ତାତି । ଚଳିତ ବର୍ଷ ଅତ୍ୟଧିକ ଗ୍ରୀଷ୍ମ ଲହରି ପ୍ରବାହରେ ସନ୍ତୁଳି ହେବ ଓଡ଼ିଶା। ଗତ ୪ ଦିନରେ ଏହାର ସ୍ପଷ୍ଟ ପ୍ରମାଣ ପାଇସାରିଛନ୍ତି ଓଡ଼ିଶାବାସୀ। ଚଳିତ ବର୍ଷ ମାର୍ଚ୍ଚରୁ ମେ’ ମାସ ମଧ୍ୟରେ ସୂର୍ଯ୍ୟଙ୍କ ପ୍ରକୋପ ଓଡ଼ିଶା ଉପରେ ଟିକେ ଅଧିକ ରହିବ। ଏହି ତିନି ମାସରେ ସର୍ବାଧିକ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବ। ପ୍ରଚଣ୍ଡ ତାତି ପାଇଁ ସତର୍କ କଲା ପାଣିପାଗ ବିଭାଗ । ଚଳିତ ବର୍ଷ ମାର୍ଚ୍ଚରୁ ମେ ମାସ ମଧ୍ୟରେ ସୂର୍ଯ୍ୟଙ୍କ ପ୍ରକୋପ ଓଡ଼ିଶା ଉପରେ ଅଧିକା ରହିବ । ଏହି ତିନି ମାସରେ ସର୍ବାଧିକ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକା ରହିବ । ମେ ମାସ ପର୍ଯ୍ୟନ୍ତ ତାପମାତ୍ରାକୁ ନେଇ ଏଭଳି ପୂର୍ବାନୁମାନ କରାଯାଇଛି । ସୁଚନା ଅନୁସାରେ ମାର୍ଚ୍ଚରୁ ମେ ମାସ ମଧ୍ୟରେ ଉତର, ଉତର-ପଶ୍ଚିମ ଓ ଉତର ପୂର୍ବ ଭାରତର ଅଧିକାଂଶ ଅଂଚଳରେ ସର୍ବୋଚ୍ଚ ତାପମାତ୍ରା ସ୍ୱାଭାବିକ ଠାରୁ ୬୬ ଡିଗ୍ରି ପର୍ଯ୍ୟନ୍ତ ଅଧିକା ରହିବ । ଆଜି ଭୂ-ବିଜ୍ଞାନ ମନ୍ତ୍ରଣାଳୟ ପକ୍ଷରୁ ମାର୍ଚ୍ଚରୁ ମେ’ ମାସ ପର୍ଯ୍ୟନ୍ତ ତାପମାତ୍ରାକୁ ନେଇ ଏଭଳି ପୂର୍ବାନୁମାନ କରାଯାଇଛି। ଏହି କ୍ରମରେ ଆସନ୍ତା ୩ମାସରେ ଓଡ଼ିଶାର ତାପମାତ୍ରା ମଧ୍ୟ ଅଧିକା ରହିବ ।