ଏକ ୭୦୦ ପୃଷ୍ଠାର ବହି ଦଶମ ଶ୍ରେଣୀ ପିଲାଙ୍କୁ ଦିଆଯିବ ।ଆଜି ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ ।୭୦୦ ପୃଷ୍ଠାର ଏହି ବହିରେ ମାଟ୍ରିକ୍ ପରୀକ୍ଷାର ସାମ୍ଭାବ୍ୟ ପ୍ରଶ୍ନ ଓ ଉତ୍ତର ରହିବ । ରାଜ୍ୟରେ ୬ଲକ୍ଷ ଓ ୨୦ହଜାର ଛାତ୍ରଛାତ୍ରୀଙ୍କୁ ଏହି ବହି ମାଗଣାରେ ଦିଆଯିବ । କରୋନା କଟକଣା ଯୋଗୁଁ ସ୍କୁଲ ବନ୍ଦ ଥିଲା । ୭୦ପ୍ରତିଶତ ସ୍କୁଲ ପିଲାଙ୍କୁ ନେଇ ପ୍ରସ୍ତୁତ ଏହି ଟେଷ୍ଟ ପେପର ପିଲାଙ୍କୁ ଦିଆଯିବ । ପରୀକ୍ଷାର ଯଥେଷ୍ଟ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ଏହା ପହଞ୍ଚା ଯିବାକୁ ବ୍ୟବସ୍ଥା ହେବ ବୋଲି ଶ୍ରୀମନ୍ତ୍ରୀ କହିଛନ୍ତି ।