ପବିତ୍ର ମାଘ ଚତୁର୍ଦଶୀ ତଥା ଅଲେଖ ମହିମା ଆଶ୍ରମ ଶାଳଜଙ୍ଗା ବାର୍ଷିକ ଉସ୍ତବ ଉପଲକ୍ଷେ ଭକ୍ତଙ୍କ ଭିଡ ଜ୍ଝ ବିଶ୍ଵାସ ଅଛି ଏହିଦିନ ପ୍ରଭୁଙ୍କ ସାନିଧ୍ୟ ଲାଭ କଲେ ମାନସିକ ପୂରଣ ହୁଏ ଜ୍ଝ ସକାଳ ଠାରୁ ଏଠାରେ ମହିମା ଧର୍ମାବଲମ୍ବୀମାନେ ଆସି ଭିଡ଼ ଜମାଇ ଥିବା ବେଳେ ସାରା ରାତି ଅଖଣ୍ଡ ଦୀପ ଦର୍ଶନ କରି ରହିବେ ଉଜାଗର ଜ୍ଝ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମାଘ ଚତୁର୍ଦଶୀ ଉପଲକ୍ଷେ ମଠରେ ନାମ ସଙ୍କୀର୍ତ୍ତନ ସହ ଅଖଣ୍ଡ ଆହୁତି ଦେଖିବାକୁ ଲୋକଙ୍କ ଭିଡ ଜମୁଛି ଜ୍ଝ ବାବା କୁଳମଣି ଦାସ ଙ୍କ ଅପାର ମହିମା ରେ ଅନୁପ୍ରାଣିତ ଭକ୍ତ ମାନେ ଅନେକ ବର୍ଷଧରି ଏହି ମାଘ ଚତୁର୍ଦଶୀ ଦିନ ମଠକୁ ଧାଇଁ ଆସିଥାନ୍ତି ଜ୍ଝ ସାରା ରାତି ଉଜାଗର ରହି ନାମ ସଙ୍କୀର୍ତ୍ତନରେ ମଜି ଅଖଣ୍ଡ ଆହୁତି ର ସାନିଧ୍ୟ ଉପଲବ୍ଧି କରି ଘରକୁ ଫେରନ୍ତି ଜ୍ଝ ବାବା କୁଳମଣି ଦାସ ଙ୍କ ପରେ ମଠ ର ମଠାଧୀଶ ବାବା ଗଦାଧର ଦାସ ଙ୍କୁ ଦର୍ଶନ କରିବା ପାଇଁ ଆଜି ଭକ୍ତ ମାନେ ଭିଡ଼ ଜମାଇ ଥିବା ପରିଲକ୍ଷିତ ହୋଇଛି ଜ୍ଝ