ପୁଣି ସାମ୍ନାକୁ ଆସିଲା ଏକ ହାତୀମୃତ୍ୟୁ ଘଟଣା। ଜିଲ୍ଲାରେ ହାତୀମୃତ୍ୟୁ ଘଟଣା ଥମିବା ବଦଳରେ ଦିନକୁଦିନ ବଢ଼ିବାରେ ଲାଗିଥିବା ଦେଖିବାକୁ ମିଳୁଛି । ତେବେ କେତେବେଳେ ବିଦ୍ୟୁତ୍ ଆଘାତରେ ଆଉ କେତେବେଳେ ଅନ୍ୟ କାରଣରୁ ମୃତ୍ୟୁ ହେଉଥିବା ଜଣାପଡିଛି । ଅନ୍ୟପଟେ ଅଞ୍ଚଳକୁ ହାତୀ ପ୍ରବେଶ କଲେ ହାତୀର ଗତିବିଧି ଉପରେ ବିଭାଗ ପକ୍ଷରୁ ତୀକ୍ଷ୍ଣ ନଜର ରଖାଯାଉଥିବା ନେଇ କୁହାଉଥିବା ବେଳେ ଲଗାତାର ହାତୀ ମୃତ୍ୟୁ ଘଟଣା ସାମ୍ନାକୁ ଆସିବା ଦ୍ବାରା ବିଭାଗର ସକ୍ରୀୟତାକୁ ସ୍ପଷ୍ଟ କରୁଛି ବୋଲି ସାଧାରଣରେ ଆଲୋଚନା ହେଉଛି। ସୂଚନାଯୋଗ୍ୟ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ରେଞ୍ଜ ଗୋଲାମୁଣ୍ଡାକଟା ଗ୍ରାମ ନିକଟରୁ ହାତୀର ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି। ମାତ୍ର
ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ
ଘଟଣାସ୍ଥଳରେ ବନ ବିଭାଗ ଟିମ୍ ପହଞ୍ଚି ମୃତଦେହ ଉଦ୍ଧାର କରି ଜବତ କରି ଅଧିକ ତଦନ୍ତଜାରୀ ରଖିଥିବା ଜଣାପଡିଛି। ତେବେ ମୃତ ହାତୀର
ବୟସ ପ୍ରାୟ ୫ ବର୍ଷ ହେବବୋଲି ବିଭାଗ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡ଼ିଛି।