ଲକ୍ଡାଉନ କଟକଣା ଭିତରେ ସକ୍ରିୟ ଲୁଟେରା । ଏକୁଟିଆ ଦେଖି ମହିଳାଙ୍କୁ ଛୁରୀ ମାରି ଲୁଟ କରିବାକୁ ଉଦ୍ୟମ । ଭୁବନେଶ୍ବର ନୟାପଲ୍ଲୀ ଭିଆଇପି ରୋଡ଼ରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ଯାହାର ସମ୍ପୂର୍ଣ୍ଣ ଚିତ୍ର କଏଦ ହୋଇଛି ସିସିଟିଭିରେ । ଖବର ଅନୁଯାୟୀ, ସକାଳୁ ମହିଳା ଜଣକ ପରିବା ଆଣିବା ପାଇଁ ଯାଉଥିବା ସମୟରେ ତାଙ୍କୁ ଏକ ଦୁର୍ବୁତ୍ତ ଏକୁଟିଆ ଦେଖି ଧାରୁଆ ଛୁରୀରେ ଆକ୍ରମଣ କରି ଲୁଟ କରିବା ପାଇଁ ଚେଷ୍ଟା କରିଥିଲା । ମହିଳାଙ୍କୁ ଛୁରୀ ମାରି ଲୁଟ କରିବାକୁ ଉଦ୍ୟମ କରିଥିଲେ ଦୁର୍ବୃତ୍ତ। ଯାହାଫଳରେ ମହିଳା ଜଣକ ଗୁରୁତର ଅବସ୍ଥାରେ ନୟାପଲ୍ଲୀସ୍ଥିତ ଏକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।