ପୃଥିବୀରେ ଅନେକ ମହାସାଗର ଏବଂ ସାଗର ରହିଛି । ଯାହାକି ପୃଥିବୀ ପୃଷ୍ଠରେ ଜଳର ବିଭିନ୍ନ ଉତ୍ସ ଭାବରେ ଜଣା ।କିନ୍ତୁ ଆପଣ କେବେ ଭାବିଛନ୍ତି କି, ଏସବୁସାଗର, ମହାସାଗରମାନଙ୍କରେ ଏତେ ମାତ୍ରାରେ ଜଳ ଆସିଲା କେଉଁଠୁ? ଯଦି କେବେଏହି ପ୍ରଶ୍ନ ଆପଣଙ୍କ ମନକୁ ଆସିଥିବ, ତେବେ ଆପଣ ଭାବିଥିବେ କି ପୃଥିବୀର ନିର୍ମାଣ ସମୟରେ ହାଇଡ୍ରୋଜେନ ଏବଂ ଅକ୍ସିଜେନ ପରସ୍ପର ସହିତ ମିଶିବା ଫଳରେ ଜଳ ସୃଷ୍ଟି ହୋଇଛି ।ଏବଂ ଏଥିରୁ ହିଁ ମହାସାଗରରେ ପାଣି ଭରିଗଲା ।ବର୍ତମାନ ପର୍ଯ୍ୟନ୍ତ ତ ଏହାହିଁ କାରଣ ବୋଲି ମନାଯାଉଥିଲା ।କିନ୍ତୁ ଆମେରିକାର ନର୍ଥ ୱେଷ୍ଟର୍ଣ୍ଣ ୟୁନିଭର୍ସିଟିର ବୈଜ୍ଞାନିକମାନେ ପୃଥିବୀର ପୃଷ୍ଠଭାଗ ତଳେ ଏକ ବିଶାଳ ଜଳର ଭଣ୍ଡାର ଖୋଜି ପାଇଛନ୍ତି ।ଏହା ଏତେ ବିଶାଳ ଯେ, କୁହାଯାଉଛି ଏହା ପୃଥିବୀ ପୃଷ୍ଠର ସମସ୍ତ ମହାସାଗର ଆକାରର ତିନିଗୁଣା ଅଟେ ।ଆଉ ଏହି ଭୂମିଗତ ଜଳର ଭଣ୍ଡାର ଆମ ପାଦତଳେ ଅର୍ଥାତ ମାଟିତଳେ ପାଖାପାଖି ୭୦୦ କିଲୋମିଟର ଗଭୀରରେ ରହିଛି ।ଅର୍ଥାତ ବୈଜ୍ଞାନିକମାନେ ପୃଥିବୀ ପୃଷ୍ଠରୁ ୭୦୦ କିଲୋମିଟରତଳେ ଏକ ବିଶାଳ ମହାସାଗରର ସନ୍ଧାନ କରିଛନ୍ତି ।ଏହି ଭୂମିଗତ ମହାସାଗରକୁ ଉଜାଗର କରିବା ପାଇଁ ବୈଜ୍ଞାନିକମାନେ ପୁରା ସଂଯୁକ୍ତରାଷ୍ଟ୍ର ଆମେରିକାରେ ୨୦୦୦ ଭୂକମ୍ପ ମାପନ ଯନ୍ତ୍ରର ଏକ ଚେନର ବ୍ୟବହାର କରିଥିଲେ । ଯାହା ଫଳରେ ଏହି ବିଶାଳ ଭୂମିଗତ ଜଳର ସନ୍ଧାନ ମିଳି ପାରିଥିଲା । ଆଉ ଏହି ଜଳ ଭଣ୍ଡାରରୁ ହିଁ ସାଗର ଏବଂ ମହାସାଗରମାନଙ୍କରେ ଜଳ ଭରିଛି ବୋଲି ବୈଜ୍ଞାନିକମାନେ ମତ ରଖିଛନ୍ତି ।
Plugin Install : Subscribe Push Notification need OneSignal plugin to be installed.