ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ,ମହାରାଷ୍ଟ୍ର ରାଜନୀତି ସେତିକି ରୋଚକ ହେଉଛି ,ଗୋଟିଏ ପଟେ ବିଜେପି ନେତୃତ୍ଵଧୀନ ଘଊଇ ମହାରାଷ୍ଟ୍ର ରେ ସହଯୋଗୀ ଦଳ ସହ ସିଟ୍ ସେୟରିଂ କରିସାରିଥିବା ବେଳେ ,କଂଗ୍ରେସ ନେତୃତ୍ୱଧୀନ ଇଣ୍ଡିଆ ମେଣ୍ଟ ଏପର୍ୟ୍ୟନ୍ତ କୈଳାସ ଘୋଷଣା କରିନାହିଁ । ମହାରାଷ୍ଟ୍ରରେ ବିଜେପି ଏନସିପି ଓ ଶିବସେନା ସରକାର ରହିଛି ।ଆଗାମୀ ଲୋକସଭା ରେ ବିଜେପି ୩୧ ଆସନରେ ନିର୍ବାଚନ ଲଢିବ ଏହାସହ ସହଯୋଗୀ ଶିବସେନା ୧୩ ଏବ ଅଜିତ ପାଓ୍ଵାର ଙ୍କ ଏନସିପି କୁ ମିଳିଛି ମାତ୍ର ୪ ଟି ସିଟ୍ । ହେଲେ ଅଜତ ପାଓ୍ଵାର ଙ୍କୁ ଯେଉଁ ଆସନ ଦିଆଯାଇଛି ତାହା ହେଉଛି ,ଦାଦା ଶରଦ ପାଓ୍ଵାର ଙ୍କ ଗଡ ।
ମହାରାଷ୍ଟ୍ରର ବାରମତି ,ରାୟଘର,ଶିରପୁର ଏବଂ ପରଭାନୀ ଏହି ୪ ଲୋକସଭା ଆସନରେ ଅଜିତ ପାଓ୍ଵାର ଙ୍କ ଦଳ ନିଜର ପାର୍ଥି ଦେବ ।ସେପଟେ ବିଗତ ଦିନରେ ଏହି ଆସନ ଗୁଡିକ ଶରଦ ପାଓ୍ଵାର ଙ୍କ ଗଡ ଭାବରେ ପରିଚିତ । ବିଶେଷ କରି ବାରମତି ରୁ ଲଗାତାର ଶରଦ ପାଓ୍ଵାର ଙ୍କ ପରିବାର ବିଜୟୀ ହୋଇ ଆସୁଛି ।ଏବେ ଶରଦ ପାଓ୍ଵାର ଙ୍କ ଝିଅ ସୁପ୍ରିୟା ସୁଲେ ଏବେ ସିଟିଂ ଏମପି ମଧ୍ୟ ରହିଛନ୍ତି ।ଆଉ ଚଳିତ ନିର୍ବାଚନ ରେ ସୁପ୍ରିୟା ସୁଲେ ଭାଉଜ ସୁନେତ୍ର ପାଓ୍ଵାର ଙ୍କ ସହ ଲଢେଇ କରିବେ ,ଗୋଟିଏ ପଟେ ଶରଦ ପାଓ୍ଵାର ଝିଅ ସୁପ୍ରିୟାଙ୍କ ପାଇଁ ପ୍ରଚାର ମଙ୍ଗ ଧରିବେ ତ ଅନ୍ୟପଟେ ପୁତୁରା ଅଜିତ ପାଓ୍ଵାର ।ଯାହା ମହାରଷ୍ଟ୍ର ନିର୍ବାଚନ କୁ ବେଶ ରୋଚକ କରିଛି ।