ମହାରାଷ୍ଟ୍ରରେ ପୁଣି ମହାୟୁତି ବିବାଦ । ମେଣ୍ଟ ସରକାରରେ ସୃଷ୍ଟି ହୋଇଛି ଫାଟ । ପୁଣି ରକ୍ତମୁଖା ହୋଇଛନ୍ତି ସିନେ୍ଦ । ସିନେ୍ଦ ଓ ଫଡନାବିସଙ୍କ ମଧ୍ୟରେ ମତଭେଦ । ଶାସକ ମହାୟୁତି ମେଣ୍ଟର ନେତାମାନେ ସବୁକିଛି ଠିକ ଅଛି ବୋଲି ଦାବି କରୁଥିଲେ ମଧ୍ୟ ବାସ୍ତବରେ ସେପରି ଦେଖାଯାଉ ନାହିଁ । ଉପମୁଖ୍ୟମନ୍ତ୍ରୀ ଏକନାଥ ସିନେ୍ଦ କହିଛନ୍ତି ତାଙ୍କୁ କେହି ହାଲୁକା ଭାବେ ଗ୍ରହଣ କରନ୍ତୁ ନାହିଁ । ୨୦୨୨ରେ ତାଙ୍କୁ ହାଲୁକା ଭାବେ ନେବାର ପରିଣାମ ସେ ଦେଖାଇ ସାରିଛନ୍ତି । ସେ ହୁଏତ ଜଣେ ଦଳୀୟ କର୍ମୀ ହୋଇଥାଇ ପାରନ୍ତି କିନ୍ତୁ ସେ ବାଲାସାହେବଙ୍କ ଆଦର୍ଶରେ ଅନୁପ୍ରାଣିତ । ସେଥିପାଇଁ ତାଙ୍କୁ ହାଲୁକା ଭାବେ ନେବା ଅନୁଚିତ ।
ଯେତେବେଳେ ସିନେ୍ଦ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଥିଲେ ସେ ଜଲନାରେ ୯୦୦ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ କରିଥିଲେ । ପରେ ୨୦୨୪ ନିର୍ବାଚନରେ ମେଣ୍ଟ ସରକାରରେ ନୂଆ ମୁଖ୍ୟମନ୍ତ୍ରୀ ହେଲେ ଦେବେନ୍ଦ୍ର ଫଡନାବିସ୍ । ଆଉ ଉପ ମୁଖ୍ୟମନ୍ତ୍ରୀ ହେଲେ ସିନେ୍ଦ । କିନ୍ତୁ ଏବେ ସିନେ୍ଦ ଅନୁମୋଦନ କରିଥିବା ପ୍ରକଳ୍ପର ଆଉଥରେ ତଦନ୍ତ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି ଫଡନାବିସ୍ । ଯାହାପାଇଁ ମୁଖ୍ରମନ୍ତ୍ରୀଙ୍କ ଉପରେ ଖପ୍ପା ହୋଇଛନ୍ତି ସିନେ୍ଦ । ଶୁଣିବାକୁ ମଳୁଛି ଏବେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ କିଛି ଭଲ ନାହିଁ । ସେଥିପାଇଁ ନିକଟରେ ହୋଇଥିବା ରାଜ୍ୟର ୩ ୩ଟି ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ନଥିଲେ ସିନେ୍ଦ । ତାଙ୍କ ଅନୁପସ୍ଥିତି ଏବେ ଅନେକ କଳ୍ପନାଜଳ୍ପନା ସୃଷ୍ଟି କରୁଛି । ସେପଟେ ମହାରାଷ୍ଟ୍ରର ଗୃହ ବିଭାଗ ଶାସକ ମେଣ୍ଟରେ ସାମିଲ ୨୦ ଜଣ ଶିବସେନା ବିଧାୟକଙ୍କ ସୁରଟା ବି ହ୍ରାସ କରିଛି । ଏହି ଘଟଣାରୁ ଜଣା ପଡୁଛି ମହାରାଷ୍ଟରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ଭିତରେ ଚାଲିଛି ଶୀତଳ ଯୁଦ୍ଧ ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି । ନିକଟରେ ଉପମୁଖ୍ୟମନ୍ତ୍ରୀ ସିନେ୍ଦଙ୍କ ଏକ ବୟାନ ବି ସାମ୍ନାକୁ ଆସିଛି । ସେ କହିଛନ୍ତି ତାଙ୍କ ସହ ମୁଖ୍ୟମନ୍ତ୍ରୀ ଫଡନାବିସଙ୍କ ସମ୍ପର୍କ ଥଣ୍ଡା ଅଛି । କିନ୍ତୁ ଏହି ଥଣ୍ଡା ସମ୍ପର୍କ ଭିତରେ ଶୀତଳ ଯୁଦ୍ଧ ଆରମ୍ଭ ହୋଇ ଯାଇଛି ବୋଲି ଚର୍ଚ୍ଚା ଯୋର ଧରିଛି ।
କହିବାକୁ ଗଲେ ୨୦୨୨ରେ ୪୦ ବିଧାୟକଙ୍କୁୁ ନେଇ ମୂଳ ଶିବସେନାରୁ ଅଲଗା ହୋଇଥିଲେ ସିନେ୍ଦ । ସିନେ୍ଦଙ୍କୁ ପ୍ରକୃତ ଶିବସେନାର ମାନ୍ୟତା ମିଳିବା ପରେ ସେ ଉଦ୍ଧବ ଠାକରେଙ୍କୁ ଗାଦିରୁ ହଟାଇ ବିଜେପି ସମର୍ଥନରେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ ବିଧାନସଭାରେ ବିଜେପି ୧୩୨ ସିଟ୍ ହାତେଇଥିଲା । ସେହିପରି ଶିବସେନା ୫୭ ଓ ଅଜିତ ପାୱାର ନେତୃତ୍ୱାଧିନ ଏନସିପିର ୪୧ଟି ଆସନ ନେଇଥିଲେ ।