ଉପଭୋକ୍ତା ବ୍ୟାପାର ଏବଂ ଜନ ବଣ୍ଟନ ମନ୍ତ୍ରଣାଳୟ ଦ୍ଵାରା ଜାରି ବିବୃତ୍ତି ଅନୁଯାୟୀ ଚାଲିଥିବା ଖରିଫ ଋତୁରେ ଖରିଫ 2020-21 ରେ 805 ଲକ୍ଷ ମେଟ୍ରିକ୍ ଟନ୍ ର ଧାନ ସଂଗ୍ରହ ହୋଇଛି ଯାହା ପୁର୍ବରୁ ଥିବା ସର୍ବୋଚ୍ଚ ରେକର୍ଡ 773.45 ଲକ୍ଷ ମେଟ୍ରିକ୍ ଟନ୍ କୁ ଅତିକ୍ରମ କରି 805 ଲକ୍ଷ ମେଟ୍ରିକ୍ ଟନ୍ ଛୁଇଁଛି।
ସରକାରୀ ସୂତ୍ରରୁ ପ୍ରକାଶ ଯେ ଗତ ବର୍ଷ ଅନୁରୂପ 732.40 ଲକ୍ଷ ମେଟ୍ରିକ୍ ଟନ୍ କ୍ରୟ ହୋଇଥିଲା ବେଳେ ଚଳିତ ବର୍ଷ 805.21 ଲକ୍ଷ ମେଟ୍ରିକ୍ ଟନ୍ ଧାନ କ୍ରୟ (ଯେଉଁଥିରେ ଖରିଫ ଫସଲ 706.93 ଏବଂ ରବି କ୍ରପ୍ 98.28 ଲକ୍ଷ ମେଟ୍ରିକ୍ ଟନ୍ ମଧ୍ୟ ଅନ୍ତର୍ଭୁକ୍ତ) ଧାନ କ୍ରୟ କ୍ରମାଗତ ଭାବରେ ଜାରି ରହିଛି।
ସର୍ବନିମ୍ନ ସହାୟତା ମୂଲ୍ୟ (MSP) ମୂଲ୍ୟ 1,52,022.37 କୋଟି ଟଙ୍କା ସହିତ ଚାଲିଥିବା କ୍ରୟ କାର୍ଯ୍ୟରୁ ପ୍ରାୟ 119.42 ଲକ୍ଷ କୃଷକ ଉପକୃତ ହୋଇସାରିଛନ୍ତି।