ସ୍ନାନ ପୂର୍ଣ୍ଣିମା ରେ ୧୦୮ ଗରା ଜଳରେ ମହାପ୍ରଭୁ ସ୍ନାନ କରିବା ପରେ ଏବେ ଜ୍ୱାରା କ୍ରାନ୍ତ ହୋଇ ଅଣସର ଘରେ ବିରାଜମାନ କରିଚନ୍ତି। ଦଇତାପତି ସେବକ ମାନେ ମହାପ୍ରଭୁ ଙ୍କ ଗୁପ୍ତ ଉପଚାର ବିଧି କରୁଛନ୍ତି। ତେବେ ଏହି ଅଣସର ସମୟ ରେ ମହାପ୍ରଭୁ ଙ୍କୁ ଅନ୍ନ ଭୋଗ ହୋଇ ନଥାଏ। କେବଳ ପଣା ଭୋଗ ଲାଗି ହୋଇଥାଏ। ମହାପ୍ରଭୁ ଙ୍କ ଶରୀର ଅସୁସ୍ଥ ଥିବାରୁ ଲଘୁ ଖାଦ୍ୟ ଭାବେ ପଣା ଭୋଗ ହୋଇଥାଏ। ଏହି ପଣା ଭୋଗ ପ୍ରସ୍ତୁତି ବେଶ ନିଆରା। କ୍ଷୀର, ସର, କର୍ପୁର ସହ ବିଭିନ୍ନ ସୁଗନ୍ଧିତ ଦ୍ରବ୍ୟ ମିଶାଯାଇ ଏହି ପଣା ଭୋଗ ଲାଗି ହୋଇଥାଏ। ପତିମହାପାତ୍ର ସେବକ ମାନେ ଏହି ଭୋଗ ମହାପ୍ରଭୁ ଙ୍କୁ ଅର୍ପଣ କରିବା ପରେ ଏହି ସ୍ୱତନ୍ତ୍ର ପଣା ଭୋଗ କୁ ସବୁ ଦେବାଦେବୀ ଙ୍କୁ ଅର୍ପଣ କରଯାଇଥିଏ। ପରେ ଏହି ପଣା ଭୋଗ କୁ ଭକ୍ତ ଙ୍କ ଭିତରେ ବିତରଣ କରିଥାନ୍ତି ଦଇତାପତି ସେବକ ମାନେ। ଏହି ଦିବ୍ୟ ପଣା ଭୋଗ କୁ ଯିଏ ପାନ କରିଥାଏ ଅଶେଷ ପୁଣ୍ୟ ମିଳିଥାଏ। ସ୍ନାନ ପୂର୍ଣ୍ଣିମା ରୁ ରଥଯାତ୍ରା ମଧ୍ୟ ରେ ଯେଉଁ ଅଣସର ନିତି ହୋଇଥାଏ ସେହି ସମୟ ରେ କେବଳ ମହାପ୍ରଭୁ ଙ୍କ ନିକଟ ରେ ଏହି କ୍ଷୀର, ସର ରେ ପ୍ରସ୍ତୁତ ପଣା ଭୋଗ ଲାଗି ହୋଇଥାଏ। ତେବେ ଏହି ଅଣସର ସମୟ ରେ ମହାପ୍ରଭୁ ଙ୍କ ନିକଟ ରେ ପଣା ଭୋଗ ସହ କେବଳ ଫଳ ଭୋଗ ହୋଇଥାଏ। ଏହି ସମୟ ରେ ଅନ୍ନ ଭୋଗ ହୋଇ ନଥାଏ। ଅଣସର ରେ ମହାପ୍ରଭୁ ଙ୍କ ନିକଟ ରେ ଧଳା ତଥା ଶୁକ୍ଲ ବର୍ଣ୍ଣର ଫୁଲ ଲାଗି ହେବାର ବିଧି ରହିଛି । ତେବେ ଅଣସର ସମୟ ରେ ମହାପ୍ରଭୁ ଙ୍କ ନିକଟ ରେ ଲାଗି ହେଉଥିବା ଅଣସର ପଣା ଭୋଗ ପାଇବା ପାଇଁ ଭକ୍ତ ଙ୍କ ମଧ୍ୟ ରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଥାଏ।